ଆଦୌ ଖରାପ ହୁଏନି ମହୁ

ଆଦୌ ଖରାପ ହୁଏନି ମହୁ

  ଅସଲି ମହୁ ବର୍ଷ ବର୍ଷ ଧରି ରହିଲେ ବି ଖରାପ ହୁଏନି । ଅସଲି ମହୁ ଖରାପ ନହେବାର କାରଣ ହେଉଛି ଏଥିରେ ଆଦୌ ଜଳୀୟକଣା ନଥାଏ । ଯାହାଦ୍ୱାରା କୌଣସି ବ୍ୟାକ୍ଟେରିଆ ଅଧିକ ସମୟ ରହିପାରେ ନାହିଁ । ମହୁ ଖରାପ ହେଲେ ଜାଣନ୍ତୁ ଅପମିଶ୍ରଣ ହୋଇଛି । ଶୁଦ୍ଧ ମହୁକୁ ବିଭିନ୍ନ ପ୍ରକାର ଓøଷଧ ଭାବେ ବ୍ୟବହାର କରାଯାଏ । ଆୟୁର୍ବେଦରେ ଏହାର ବିଭିନ୍ନ ବ୍ୟବହାର ରହିଛି । ଏହା ଏକ ଆଣ୍ଟିସେପ୍ଟିକ୍‌ ହୋଇଥିବାରୁ ଆଖି ତ୍ୱଚାର ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଏ ।