ଖାଦ୍ୟରେ କମ୍ କରନ୍ତୁ ଲୁଣ, ଚିନି

ଖାଦ୍ୟରେ କମ୍ କରନ୍ତୁ ଲୁଣ, ଚିନି

ଆପଣ ପ୍ରତ୍ୟେକ ଦିନ କେତେ ପରିମାଣରେ ଖାଉଛନ୍ତି । ଏଥିରେ କେତେ ପରିମାଣରେ ଲୁଣ, ଚିନି ଓ ତେଲ ରହୁଛି । ଏହା ଦ୍ୱାରା ଆପଣଙ୍କୁ କ’ଣ କ୍ଷତି ହେଉଛି । ଆପଣ ଯଦି ପ୍ରତ୍ୟେକ ଦିନ ଖାଉଥିବା ଖାଦ୍ୟରେ ଲୁଣ, ଚିନି ଏବଂ ସ୍ନେହସାର ପରିମାଣକୁ କମ୍ କରନ୍ତି ତେବେ ଆପଣଙ୍କ ଓଜନ ବୃଦ୍ଧି ହେବ ନାହିଁ । ରକ୍ତଚାପ, ମଧୁମେହ ଓ ହୃଦରୋଗ ଏବଂ ଅନ୍ୟ ଅଣସଂକ୍ରାମକ ରୋଗରେ ପଡ଼ିବାର ଆଶଙ୍କା କମିଯିବ ।

– ଧିରେ ଧିରେ ନିଜ ଖାଦ୍ୟରେ ଲୁଣ, ଚିନି ଓ ତେଲ ପରିମାଣ କମ୍ କରନ୍ତୁ

– ଖାଦ୍ୟରେ ଚିନି, ଲୁଣ ଏବଂ ତେଲ ପକାଇବା ପାଇଁ ଛୋଟ ଚାମଚ ବ୍ୟବହାର କରନ୍ତୁ

– ପ୍ରତି ମାସରେ ନିଜର ଖାଦ୍ୟ ଗ୍ରହଣକୁ ପର୍ୟ୍ୟବେକ୍ଷଣ କରନ୍ତୁ

– ଚିନି ବଦଳରେ ଆପଣ ଫଳ ବ୍ୟବହାର କରିପାରିବେ

– ଘିଅ ବଦଳରେ ୨ରୁ ୩ ଚାମଚ ଭେଜିଟେବଲ୍ ଅଏଲ ବ୍ୟବହାର କରନ୍ତୁ

– ଆଚାର, ଲୁଣି ବିସ୍କୁଟ, ଜାମ୍, ଜେଲି ଖାଇବାରେ ନିୟନ୍ତ୍ରଣ କରନ୍ତୁ

– ମୃଦୁ ପାନୀୟ, ମିଠା, ଆଇସକ୍ରିମ୍, ଛଣାଛଣି ଖାଦ୍ୟର ପରିମାଣ କମାନ୍ତୁ

– ସାଲାଡ୍ ଉପରେ ଲୁଣ, ଦହି ଛିଞ୍ଚିବାରୁ ନିବୃତ ରୁହନ୍ତୁ

– ଭାତ କିମ୍ବା ରୁଟି ତିଆରି କରିବା ବେଳେ ଅଧିକ ଲୁଣ ମିଶାନ୍ତୁ ନାହିଁ

– ଆପଣଙ୍କ ଖାଦ୍ୟରୁ ରିଫାଇନଡ୍ ଚିନିକୁ ବାଦ୍ ଦିଅନ୍ତୁ