ସକାଳୁ ଉଠିବା ମାତ୍ରେ ଥକ୍କା ଲାଗୁଛି କି?

ସକାଳୁ ଉଠିବା ମାତ୍ରେ ଥକ୍କା ଲାଗୁଛି କି?

 କିଛି ଲୋକେ ସକାଳୁ ଉଠିବା ମାତ୍ରେ ଅସୁସ୍ଥ ଅନୁଭବ କରନ୍ତି। ଯେପରିକି ଥକ୍କାପଣ, ମୁଣ୍ଡ ବିନ୍ଧିବା କିମ୍ବା ଦୁର୍ବଳ ଅନୁଭବ କରିବା। ଏହି କ୍ଷେତ୍ରରେ ସକାଳେ ଶୀଘ୍ର ଉଠିବା କଷ୍ଟକର ହୋଇପଡେ। କିନ୍ତୁ ସକାଳେ କଲେଜ, ଅଫିସ କିମ୍ବା ଘରୋଇ କାମ ପାଇଁ ବାଧ୍ୟ ହୋଇ ଶୀଘ୍ର ଉଠିବାକୁ ପଡେ। ଏପରି କ୍ଷେତ୍ରରେ ଆମ ଶରୀର ଅଧିକ ଅସୁସ୍ଥ ଏବଂ କ୍ଳାନ୍ତ ଅନୁଭବ କରେ। ଯଦି ଆପଣଙ୍କ ସହିତ ପ୍ରତିଦିନ ଏପରି ଘଟୁଛି ତେବେ କିଛି ଜିନିଷର ଯତ୍ନ ନିଆଯାଇପାରେ। ଆପଣଙ୍କୁ ଥକ୍କା ଲାଗିବ ନାହିଁ ଏବଂ ସତେଜ ଅନୁଭବ କରିବେ।

ଦୈନିକ ଥକ୍କାପଣ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ। ଏପରି ପରିସ୍ଥିତିରେ, ସର୍ବପ୍ରଥମେ ଏହା ଜାଣିବା ଆବଶ୍ୟକ ଯେ ଆପଣଙ୍କ ଶରୀରରେ କିଛି ରୋଗ ଅଛି ନା ନାହିଁ। ଏଥିପାଇଁ ଆପଣ ଡାକ୍ତରୀ ପରାମର୍ଶ ନେଇପାରିବେ। ଏହା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଶୋଇବା ଜରୁରୀ। ତେବେ ଚାଲନ୍ତୁ ଜାଣିବା କେଉଁ ଉପାୟ କଲେ ଥକ୍କାପଣ ଦୂର ହେବ।

ବେଳେବେଳେ ବ୍ୟାୟାମର ଅଭାବ ମଧ୍ୟ ଅତ୍ୟଧିକ କ୍ଲାନ୍ତର କାରଣ ହୋଇଥାଏ। ଏପରି ପରିସ୍ଥିତିରେ ଆପଣ ଅଳ୍ପ ସମୟ ହେଉ ପଛେ ନୀତିଦିନ ବ୍ୟାୟାମ କରନ୍ତୁ। ବ୍ୟାୟାମ କଲେ ଶରୀରର କ୍ଲାନ୍ତକୁ ଦୂର କରିବ। ପ୍ରତିଦିନ ବସିରହିବା କିମ୍ବା ସମାନ ସ୍ଥାନରେ ବସି କାମ କରିବା ଦ୍ୱାରା ଶରୀରରେ ଏପରି ସମସ୍ୟା ସୃଷ୍ଟି ହୁଏ। ତେଣୁ ପ୍ରତିଦି ସକାଳେ କିମ୍ବା ସନ୍ଧ୍ୟାରେ ବ୍ୟାୟାମ କରନ୍ତୁ।