ହାତରୁ ଜିନିଷ ଖସିଲେ ଶୁଭ ନା ଅଶୁଭ ?
ବେଳେବେଳେ ଅନେକ ଜିନିଷ ହାତରୁ ଖସି ଥାଏ । ତେବେ ଜାଣନ୍ତୁ ହାତରୁ କିଛି ଖସିବାର ଅର୍ଥ କଣ ?
- ହାତରୁ ପାଣି ଗ୍ଲାସ୍ ପଡ଼ିବା ଆଦୌ ଶୁଭ ନୁହେଁ । ଏଭଳି ହେବା ଦ୍ୱାରା କୌଣସି ରୋଗ ହୋଇପାରେ କିମ୍ବା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିପାରେ ।
- ହାତରୁ ତେଲ ବୋତଲ ପଡ଼ିଯିବାର ଅର୍ଥ ହେଉଛି, ଘରର କୌଣସି ସଦସ୍ୟଙ୍କ ଉପରେ ଋଣ ବୋଝ ବଢ଼ିପାରେ ।
- ହାତରୁ ଭରା ଚାଉଳ ଡବା ଖସିଗଲେ, ମା' ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଥିବା ସଂକେତ ମିଳେ ।
- ହାତରୁ ଲୁଣ ଡବା ଖସିବା ଅର୍ଥ ହେଉଛି, ଆଗକୁ ଅନେକ ସମସ୍ୟା ଦେଖାଯିବ । ସମ୍ପୂର୍ଣ୍ଣ ହେବାକୁ ଥିବା କୌଣସି କାମରେ ହଠାତ୍ ବିଘ୍ନ ସୃଷ୍ଟି ହୋଇପାରେ ।
- ହାତରୁ ଗୋଲମରିଚ ପଡ଼ିବାର ଅର୍ଥ ହେଉଛି, ଆଗାମୀ ଦିନରେ କାହା ସହିତ ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଛି ।




admin 