ପରଲୋକରେ ହିଥ୍ ଷ୍ଟ୍ରିକ୍
ନୂଆଦିଲ୍ଲୀ : ଜିମ୍ବାୱେ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ୍ ଖେଳାଳି ହିଥ ଷ୍ଟ୍ରିକଙ୍କର ପରଲୋକ। ବୁଧବାର ୪୯ ବର୍ଷ ବୟସରେ ଶେଷ ଦୁନିଆକୁ ଅଲବିଦା କହିଛନ୍ତି। ତାଙ୍କୁ କିଛି ସମୟ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେ ଚତୁର୍ଥ ପର୍ୟ୍ୟାୟ କର୍କଟ ରୋଗ ସହ ପୀଡିତ ଥିଲେ। ସେବେଠାରୁ ହିଥଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଚଳିତ ବର୍ଷ ମେ ମାସରେ ଜିମ୍ବାୱେର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ହିଥ ଦକ୍ଷିଣ ଆଫ୍ରିକାରେ ଚିକିତ୍ସା ଚାଲିଥିଲା ହେଲେ ତାଙ୍କ ଅବସ୍ଥା ସ୍ଥିର ହୋଇନଥିଲା।
ନଭେମ୍ବର ୧୯୯୩ରେ ହିଥ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ମ୍ୟାଚ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଙଊଓ ହୋଇଥିଲା। ଏହା ପରେ ହିଥ ଡିସେମ୍ବର ୧୯୯୩ରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ଅଗଷ୍ଟ ୨୦୦୫ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏବଂ ଶେଷ ଟେଷ୍ଟରେ ସେପ୍ଟେମ୍ବର ୨୦୦୫ ରେ ଭାରତ ବିପକ୍ଷରେ ଖେଳିଥିଲେ। ହେଥ ତାଙ୍କ କ୍ୟାରିୟରରେ ସଚିନ ତେନ୍ଦୁଲକରଙ୍କୁ ତିନିଥର ଏବଂ ସୌରଭ ଗାଙ୍ଗୁଲିଙ୍କୁ ଚାରିଥର ଆଉଟ୍ କରିଥିଲେ। ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚରେ ହିଥ ଭାରତ ବିପକ୍ଷରେ ଟେଷ୍ଟର ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରିଥିଲେ।
ହିଥ୍ ଷ୍ଟ୍ରିକ୍ ୬୫ ଟି ଟେଷ୍ଟ ଏବଂ ୧୮୯ ଟି ଙଊଓରେ ଜିମ୍ବାୱେକୁ ପ୍ରତିନିଧିତ୍ୱ କରିଥିଲେ । ସେ ଟେଷ୍ଟରେ ୧୯୯୦ ରନ୍ ଏବଂ ଙଊଓ ରେ ୨୯୪୩ରନ୍ କରିଛନ୍ତି। ଟେଷ୍ଟରେ ହିଥ ଏକ ଶତାବ୍ଦୀ ଏବଂ ୧୧ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଙଊଓ ରେ ସେ ୧୩ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ବ୍ୟତୀତ ହିଥ ଟେଷ୍ଟରେ ୨୧୬ ୱିକେଟ୍ ଏବଂ ଙଊଓ ରେ ୨୩୯ ୱିକେଟ୍ ନେଇଥିଲେ।




admin 