ପିତୃଦୋଷରୁ କେମିତି ପାଇବେ ମୁକ୍ତି?

ପିତୃଦୋଷରୁ କେମିତି ପାଇବେ ମୁକ୍ତି?

ପିତୃଦୋଷରୁ ମୁକ୍ତି ପାଇବା ପାଇଁ ଅମାବାସ୍ୟା ଦିନ କିଛି କାର୍ଯ୍ୟ କଲେ, ପିତୃ ପୁରୁଷ ମୋକ୍ଷ ପାଇବା ସହିତ ଗୃହ ଓ ପରିବାରରେ ସୁଖ ଶାନ୍ତି ବିରାଜମାନ କରିଥାଏ । ଅମାବାସ୍ୟାରେ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ତର୍ପଣ, ପିଣ୍ଡଦାନ ବା ଶ୍ରାଦ୍ଧ କର୍ମ କରିବା ଉଚିତ । ଏହାଦ୍ୱାରା ସୁଖ, ସମୃଦ୍ଧି, ଧନ, ଐଶ୍ୱର୍ଯ୍ୟ ବୃଦ୍ଧି ଘଟିବା ସହିତ ହସ ଖୁସିରେ ଜୀବନ ଅତିବାହିତ କରିଥାନ୍ତି । ସକାଳୁ ସ୍ନାନ ସାରି ସୂର୍ଯ୍ୟଦେବଙ୍କୁ ବିଧିପୂର୍ବକ ଜଳ ଅର୍ପଣ କରନ୍ତୁ ଓ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ । ଏହି ଦିନ ଗୋମାତାକୁ ଖିରି ଖାଇବାକୁ ଦିଅନ୍ତୁ ଜାତକ ଦୋଷରୁ ମୁକ୍ତି ମିଳିବ । ଗରିବ, ବ୍ରାହ୍ମଣଙ୍କୁ ଦାନ କରନ୍ତୁ । ମୌନ ବ୍ରତ ରଖିବା ସହିତ ଅଶ୍ୱ ବୃକ୍ଷ ପୂଜନ କରନ୍ତୁ । ବିଶ୍ୱାସ ରହିଛି ଏହିସବୁ କାର୍ଯ୍ୟ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ । ନାଗ-ନାଗୁଣି ପୂଜା କରି ନଦୀରେ ପ୍ରବାହିତ କରିବା ଦ୍ୱାରା କାଳସର୍ପ ଦୋଷରୁ ମୁକ୍ତି ମିଳେ ।