କେଉଁଠି ରଖିବେ ଆକ୍ୱାରିୟମ?

କେଉଁଠି ରଖିବେ ଆକ୍ୱାରିୟମ?

ଘରର କେଉଁଠି ଆକ୍ୱାରିୟମ ରଖିବେ ଜାଣନ୍ତି?

ଯଦି ଆକ୍ୱାରିୟମଟିଏ ଆଣି ଘରର ସଠିକ୍‌ ସ୍ଥାନରେ ରଖା ନଯାଏ ତେବେ ଜୀବନରେ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ । ଆକ୍ରାରିୟମ୍‌ କେଉଁଠି ରଖିବେ ଜାଣନ୍ତୁ? ବଡ଼ ଆକ୍ୱାରିୟମକୁ ସର୍ବଦା ପଶ୍ଚିମ ଦିଗରେ ରଖନ୍ତୁ ଓ ଛୋଟ ଆକ୍ୱାରିୟମ୍‌ ଥିଲେ ଏହାକୁ ପୂର୍ବ ଓ ଉତ୍ତର ବା ପୂର୍ବ-ଉତ୍ତର ଦିଗରେ ରଖନ୍ତୁ । ବେଡରୁମ୍‌ ଓ କିଚେନରେ ଆକ୍ସାରିୟମ୍‌ ଆଦୌ ରଖନ୍ତୁ ନାହିଁ । କଳି ଝଗଡାରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ଏହାକୁ ଘରର ମୁଖ୍ୟ ପ୍ରବେଶ ଦ୍ୱାର ସାମ୍ନାରେ ରଖନ୍ତୁ । ଏହା ଚିନ୍ତା ଓ ଚାପରୁ ମୁକ୍ତି ଦିଏ । ଘରୁ ନକାରାତ୍ମକ ଶକ୍ତି ଦୂରକରି ପରିବେଶ ଶାନ୍ତ ରଖିଥାଏ । ଆକ୍ୱାରିୟମରେ ମାଛ ପହଁରିବା ପାଇଁ ପର୍ଯ୍ୟାପ୍ତ ସ୍ପେସ୍‌ ରହିବା ଉଚିତ । ଗୋଟିଏ କିମ୍ବା ୩ଟି ମାଛ ଆଦୌ ରଖନ୍ତୁ ନାହିଁ ଓ ଛୋଟ ଆକ୍ୱାରିୟମରେ ୨ଟି ମାଛ ରଖନ୍ତୁ ।