କେମିତି ହୁଏ ବ୍ରହ୍ମ ପରିବର୍ତ୍ତନ ?
ଆଷାଢ଼ କୃଷ୍ଣପକ୍ଷ ଚତୁର୍ଦ୍ଦଶୀଦିନ ନବକଳେବରର ଗୁରୁତ୍ୱପୂର୍ଣ୍ଣ ବିଧି ସମାହିତ ହୁଏ । ଏହାକୁ ଘଟପରିବର୍ତ୍ତନ କୁହାଯାଏ । ଏହି କାର୍ଯ୍ୟ ନିଶାର୍ଦ୍ଧରେ କରା ଯାଇଥାଏ । ଏହି ଦିନ ସନ୍ଧ୍ୟା ସୁଦ୍ଧା ମହାପ୍ରଭୁଙ୍କର ବଡ଼ସିଂହାର ଧୂପ ଶେଷ ହୋଇ ମନ୍ଦିର ଶୋଧ କରାଯାଏ । ଶ୍ରୀମନ୍ଦିରର ଚାରି ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ମନ୍ଦିରର ଭିତର ବେଢ଼ାରେ କେତେକ ଦଇତା ଓ ପତିମହାପାତ୍ରଙ୍କ ବ୍ୟତୀତ ଅନ୍ୟ କେହି ରହନ୍ତି ନାହିଁ । ମନ୍ଦିରର ବାହାର ବେଢ଼ାରେ ବାଇଶି ପାହାଚରେ ଦେଉଳକରଣ ଏକୁଟିଆ ଶ୍ରୀଜଗନ୍ନାଥଙ୍କ ପାଟଖଣ୍ଡା ଧରି ଜଗି ରହନ୍ତି । ଏହି ସମୟରେ ମନ୍ଦିର ସଂପୂର୍ଣ୍ଣ ଅନ୍ଧକାର ରହେ । ପ୍ରାଚୀନ ବିଗ୍ରହମାନଙ୍କ ମଧ୍ୟରେ ଥିବା ବ୍ରହ୍ମକୁ ୪ ଜଣ ବୃଦ୍ଧ ଦଇତାପତି ଆଖିରେ ଅନ୍ଧପୁଟୁଳି ବାନ୍ଧି ଓ ହାତରେ ପାଟକନା ଗୁଡ଼ାଇ ବ୍ରହ୍ମ ସ୍ଥାନାନ୍ତରିତ କରନ୍ତି । ଏହାକୁ ‘ବ୍ରହ୍ମ ବଦଳ’ କହନ୍ତି ।




admin 