ଓଜନ ନିୟନ୍ତ୍ରଣ କରିବ ଅଦା ଗୁଣ୍ଡ

ଓଜନ ନିୟନ୍ତ୍ରଣ କରିବ ଅଦା ଗୁଣ୍ଡ

ଅଧିକାଂଶ ଘରେ ଖାଦ୍ୟ ପ୍ରସ୍ତୁତି ପାଇଁ ଅଦାର ବ୍ୟବହାର କରାଯାଇଥାଏ । ଅଦାକୁ ବିଭିନ୍ନ ରୂପରେ ବ୍ୟବହାର କରାଯାଏ । ଶୁଖିଲା ଅଦାକୁ ଶୁଣ୍ଠି କୁହାଯାଏ । ଶୁଣ୍ଠି ଖାଇବା ଦ୍ୱାରା ଥଣ୍ଡାକାଶ ଓ ଗଳା ଦରଜ କମିବା ସହ ପାଚନ ତନ୍ତ୍ର ସମସ୍ୟା ଦୂର ହୋଇଥାଏ । ଏହାବ୍ୟତୀତ ମୋଟାପଣ ମଧ୍ୟ କମ୍‌ ହୋଇଥାଏ ।

ଶୁଣ୍ଠି ଆଇରନ୍‌ଫାଇବରସୋଡିୟମ୍‌ଫେଲେଟ୍‌ ଏସିଡ୍‌କ୍ୟାଲସିୟମ୍‌ମ୍ୟାଗ୍‌ନେସିୟମ୍‌ଭିଟାମିନ୍‌- ଏ, ଜିଙ୍କ୍‌ ଓ ଫ୍ୟାଟି ଏସିଡ୍‌ରେ ଭରପୂର । ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ । ଯେଉଁମାନଙ୍କର ଆର୍ଥ୍ରାଇଟିସ୍‌ ସମସ୍ୟା ରହିଛି, ସେମାନେ ନିୟମିତ ଶୁଣ୍ଠି ଖାଇବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ।

ଋତୁ ପରିବର୍ତ୍ତନରୁ ହେଉଥିବା ଥଣ୍ଡା-କାଶରୁ ରକ୍ଷା ପାଇବା ପାଇଁ ଶୁଣ୍ଠି ଗୁଣ୍ଡକୁ ହାଲ୍‌କା ଗରମ ପାଣି ସହ ପିଇପାରିବେ । ଯେଉଁ ପରିବାକୁ ହଜମ କରିବା କଷ୍ଟ ହୋଇଥାଏ,ସେଥିରେ ହାଲ୍‌କା ଶୁଣ୍ଠିଗୁଣ୍ଡର ପ୍ରୟୋଗ କରିବା ଦ୍ୱାରା ତାହା ସହଜରେ ହଜମ ହୋଇଥାଏ ।

ଶୁଣ୍ଠି ମେଟାବଲିଜିମ୍‌ ବଢାଇ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଶୁଣ୍ଠିକୁ ଦୁଗ୍ଧରେ ମିଶାଇ ମିଶ୍ରଣକୁ ତ୍ୱଚାରେ ଲଗାଇ ୧୦ ରୁ ୨୦ ମିନିଟ୍‌ ଯାଇ ଛାଡି ଦିଅନ୍ତୁ । ଶୁଖିବା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ନିଅନ୍ତୁ । ତ୍ୱଚାରେ ଚମ୍‌କ ଆସିଥାଏ ।