ଖାଦ୍ୟ ସହ ଏହି ଭୁଲ୍‌‌ କରୁଥିଲେ ,ସାବଧାନ

ଖାଦ୍ୟ ସହ ଏହି  ଭୁଲ୍‌‌ କରୁଥିଲେ ,ସାବଧାନ

ଅନେକ ସମୟରେ ଏପରି ହୋଇଥାଏ,ଲୋକେ ଗୋଟିଏ ପ୍ରକାର ଖାଦ୍ୟକୁ ବାରମ୍ବାର ଗରମ କରି ଖାଇଥାଆନ୍ତି। ଘରେ ବଳିଥିବା ଖାଦ୍ୟକୁ ସାଧାରଣତଃ ଫ୍ରିଜରେ ରଖି ଖାଇବା ବେଳେ ତାକୁ ଫ୍ରିଜରୁ ବାହାର କରି ଗରମ କରିଥାଉ। ମାତ୍ର ଏପରି କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ କ୍ଷତିକାରକ।

ଥରେ ପ୍ରସ୍ତୁତ କରି ଚା’କୁ ବାରମ୍ବାର ଗରମ କରି ପିଅନ୍ତୁ ନାହିଁ। ଏହା ଦ୍ୱାରା ଶରୀରରେ ମାରାତ୍ମକ ରୋଗ ସୃଷ୍ଟି ହୋଇଥାଏ। ହଜମ କ୍ରିୟା ଧିମା ହେବା ସହ ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ।

ଶାଗ ଜାତୀୟ ଖାଦ୍ୟକୁ ବାରମ୍ବାର ଗରମ କରନ୍ତୁ ନାହିଁ। ସେଥିରେ ଥିବା ଆଇରନ ଶରୀର ପାଇଁ ଖୁବ୍‍ ଉପକାରୀ। ମାତ୍ର ଆମେ ବାରମ୍ବାର ଶାଗକୁ ଗରମ କଲେ ସେଥିରେ ଥିବା ଆଇରନ ନଷ୍ଟ ହୋଇଯାଏ।

ଭାତକୁ ଗରମ କଲେ ତାହା ବିଷାକ୍ତ ହୋଇଯାଏ ଓ ଏହାଦ୍ୱାରା ଫୁଡ୍‍ ପଏଜନିଙ୍ଗ ହୋଇ ଆମ ଦେହ ଖରାପ ହୁଏ। 

ଛତୁରେ ଅଧିକ ପରିମାଣରେ ପ୍ରୋଟିନ ଥାଏ। ଛତୁକୁ ପୁର୍ନବାର ଗରମ କରି ଖାଇବା ଉଚିତ ନୁହେଁ। ଏହାକୁ ଗରମ କରି ଖାଇବା ଦ୍ୱାରା ଖାଦ୍ୟରୁ ପ୍ରୋଟିନ ନଷ୍ଟ ହୋଇଯାଏ। ଯାହାଦ୍ୱାରା ଆମ ପାଚନ ପକ୍ରିୟାରେ କୁପ୍ରଭାବ ପଡ଼େ।

ଅଣ୍ଡାରେ ମଧ୍ୟ ପ୍ରୋଟିନ ଅଧିକ ମାତ୍ରାରେ ଥାଏ। ଅଣ୍ଡା ସିଝାଇବା ମାତ୍ରେ ଖାଇ ଦିଅନ୍ତୁ ନଚେତ ତାକୁ ପୁନର୍ବାର ଗରମ କରି ଖାଆନ୍ତୁ ନାହିଁ। ଅଣ୍ଡାକୁ ଦ୍ୱିତୀୟ ଥର ସିଝାଇ ଖାଇଲେ ସେଥିରୁ ନାଇଟ୍ରୋଜେନର ପରିମାଣ ନଷ୍ଟ ହୋଇଯାଇଥାଏ। ଯାହାଦ୍ୱାରା କ୍ୟାନସର ହେବାର ମାତ୍ରା ବଢିଯାଇଥାଏ।

ଆଳୁକୁ ସାଇତି ରଖିବା ଓ ଆଳୁରୁ ଯେକୌଣସି ଖାଦ୍ୟ ତିଆରି କରିବା ଅତ୍ୟନ୍ତ ସହଜ ହୋଇଥାଏ। ଆଳୁରେ ତିଆରି ଯେକୌଣସି ଖାଦ୍ୟକୁ ପର ଦିନ ଖାଆନ୍ତୁ ନାହିଁ। ଆଳୁରେ ଭିଟାମିନ ଡି, ପୋଟାସିୟମର ମାତ୍ରା ଅଧିକ ଥାଏ। ତାକୁ ବାରମ୍ବାର ଗରମ କରି ଖାଇବା ଦ୍ୱାରା ବ୍ୟାକ୍ଟେରିଆ ଶୀଘ୍ର ଆମ ଖାଦ୍ୟରେ ରହିଯାଏ ଓ ଆମ ଶରୀରର କ୍ଷତି କରିଥାଏ।