ନିଚ୍ଛକ ଭଲ ପାଉଥିବା ଜୀବନସାଥୀଟିଏ ଚାହୁଁଛନ୍ତି କି? ଏହି ୧୦ଟି ବାସ୍ତୁ ନିୟମ ମାନନ୍ତୁ

ନିଚ୍ଛକ ଭଲ ପାଉଥିବା ଜୀବନସାଥୀଟିଏ ଚାହୁଁଛନ୍ତି କି? ଏହି ୧୦ଟି ବାସ୍ତୁ ନିୟମ ମାନନ୍ତୁ

ନିଚ୍ଛକ ପ୍ରେମ ପାଇବା କେବେ ବି ଏକ ସହଜ କାମ ନୁହେଁ । ଯେଉଁମାନେ ଏ ଯାଏଁ ପ୍ରେମରେ ପଡିନାହାନ୍ତି ବା ଏକା ଅଛନ୍ତି ସେମାନଙ୍କ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଆଶା ଏବଂ ଅଜଣା ଭୟରେ କଟେ । ସଚ୍ଚା ପ୍ରେମ ଖୋଜି ପାଇବାର ଆଶା ଯେତିକି ଆମୋଦିତ କରେ ତାଠାରୁ ଅଧିକ ଆଶଙ୍କା ସୃଷ୍ଟି କରେ ବିଶ୍ବସ୍ଥ ଜୀବନ ସାଥୀଟିଏ ପାଇବା ନେଇ ।

ତେବେ ଆପଣ ଜାଣିଛନ୍ତି ବିଶ୍ବସ୍ଥ ଏବଂ ସଚ୍ଚା ପ୍ରମିକଟିଏ, ପ୍ରେମିକାଟିଏ ବା ଜୀବନ ସାଥୀଟିଏ ପାଇବା କ୍ଷେତ୍ରରେ ବାସ୍ତୁଶାସ୍ତ୍ରର ଏକ ଅଦ୍ଭୁଦ ଏବଂ ଅଲୌକିକ ଭୂମିକା ରହିଛି । ବାସ୍ତୁଶାସ୍ତ୍ରର ଏକ ଅଦ୍ଭୁଦ ଏବଂ ଅଲୌକିକ ଭୂମିକା ରହିଛି । ବାସ୍ତୁ ଆପଣଙ୍କ ଜୀବନକୁ ଆନନ୍ଦମୟ ଏବଂ ପ୍ରମପୂର୍ଣ୍ଣ କରିପାରେ ।ଏଥିପାଇଁ ଆପଣଙ୍କୁ ନିମ୍ନୋକ୍ତ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ ।

ଘରର ଦକ୍ଷିଣ ପଶ୍ଚିମ ଦିଗରେ କୌଣସି ମତେ ଶୌଚାଳୟ ବା ରୋଷେଇ ଘର ରଖିବେ ନାହିଁ ।
ଘରର ଦକ୍ଷିଣ-ପଶ୍ଚିମ ପଟର କାନ୍ଥକୁ କେବେବି ନାଲି ରଙ୍ଗ କରନ୍ତୁ ନାହିଁ ।
ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଗୋଟିଏ ଗ୍ଦଜୋଡି ଲଭ୍ ବାର୍ଡ ରଖନ୍ତୁ ।
ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ନୀଳ ରଙ୍ଗ ରଖନ୍ତୁ ନାହିଁ । ପ୍ରେମକୁ ବଢାଇବା ପାଇଁ ଏହା ଜରୁରୀ ।
ସମ୍ପର୍କରେ ସଚେତନତା ଆଣିବା ପାଇଁ ଘରର ପୂର୍ବ-ଦକ୍ଷିଣ ପୂର୍ବ ଦିଗକୁ ପରିଷ୍କାର ରଖନ୍ତୁ ।
ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ଶେୈଇବା ଘର ନରଖିବା ଭଲ । ଏହି ଦିଗରେ ମିକ୍ସଚର ଗ୍ରାଇଣ୍ଡର ରଖନ୍ତୁ ।
ଆପଣ ଯାହାକୁ ଭଲ ପାଇଛନ୍ତି ତାଙ୍କ ଫଟୋ ଘରର ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ ।
ପ୍ରେମପତ୍ର ଗୁଡିକୁ ମଧ୍ୟ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ରଖନ୍ତୁ ।
ଘରକୁ ବାଧାହୀନ କରି ରଖନ୍ତୁ ।
ଦକ୍ଷିଣପଟରେ ଶୋଇବା ଘର ରଖନ୍ତୁ । ଆପଣଙ୍କ ପ୍ରେମ ଜୀବନ ସବୁ ଦୃଷ୍ଟିରୁ ସମୃଦ୍ଧ ରହିବ ।