କଂଗ୍ରେସ ଆସିଲେ ପାଟକୁରା ରେ ବିକାଶ ସମ୍ଭବ
ଦେଶର ବିକାଶ କଂଗ୍ରେସ ସରକାର ସମୟରେ ହୋଇଥିଲା, ଏବେ ଦେଶ ଓ ରାଜ୍ୟରେ ଥିବା ଦୁଇ ଦୁର୍ନୀତି ଯୁକ୍ତ, ଗଣତନ୍ତ୍ର ହତ୍ୟାକାରୀ ସରକାର ଦେଶକୁ ଲୁଟି ଚାଲିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ଥିବା ବେଳେ ପାଟକୁରା ର ବିଧାୟିକା ସାବିତ୍ରୀ ଅଗ୍ରୱାଲ ଏବେ ନିଖୋଜ ଅଛନ୍ତି । ନିର୍ବାଚୀତ ହେଲା ପରେ ବି ପାଟକୁରା ରେ ଦେଖିବାକୁ ମିଳୁ ନାହାନ୍ତି । ଏପରିକି ବିଧାନ ସଭା ରେ ଥରୁଟିଏ ପାଟି ଖୋଲି ନାହାନ୍ତି । ରାଜ୍ୟରେ ଏକ ତାମିଲ ଅମଲାତନ୍ତ୍ର ରାଜ୍ୟ ଚଳାଉଥିବା ବେଳେ ପାଟକୁରା ରେ ପ୍ରତିନିଧି ପାଟକୁରା ରେ ଶାସନ କରୁଛନ୍ତି । ତେବେ ଦେଶ ଓ ରାଜ୍ୟ ରେ ଏଥର କଂଗ୍ରେସ ସରକାର ଆସିବା ଅବସମ୍ଭାବୀ । କଂଗ୍ରେସ ଆସିଲେ ପାଟକୁରା ର ବିକାଶ ହୋଇପାରିବ ବୋଲି ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଡେରାବିଶ ବ୍ଲକ ନରସିଂହପୁର ପଞ୍ଚାୟତ ବଘାଳ ମଠ ଠାରେ ଆୟୋଜିତ କଂଗ୍ରେସ କର୍ମୀ ସମ୍ମିଳନୀ ରେ ଦୃଢକ୍ତି ରଖିଛନ୍ତି । ଉକ୍ତ ପଞ୍ଚାୟତର କଂଗ୍ରେସ କର୍ମୀ ସମ୍ମିଳନୀ ରେ ଡେରାବିଶ ବ୍ଲକ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିଲାବେଳେ,ଉକ୍ତ ସଭା ରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗ ଦେଇ ଆସନ୍ତା ନିର୍ବାଚନରେ ପାଟକୁରା ରେ କଂଗ୍ରେସକୁ ଜିତାଇବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେବା ସହ ଦରଦାମ୍ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ୍ ଓ ମାତ୍ରାଧିକ ବିଦ୍ୟୁତ ବିଲ୍, ବେକାରୀ ସମସ୍ୟା,ଭ୍ରଷ୍ଟାଚାର, ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ ହେବା ପାଇଁ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନରସିଂହପୁରପଂଚାୟତ ର ସଭାପତି ରତ୍ନାକର ରାଉତ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରଘୁନାଥ ଶତପଥୀ, ପୂର୍ବତନ ସରପଂଚ ସୁଖଦାନନ୍ଦ ପ୍ରଧାନ, ପୂର୍ବତନ ସେବାଦଳ ଅଧ୍ୟକ୍ଷ ଜୟଦେବ ପରିଡ଼ା, ରାଜିବ ଲୋଚନ ମିଶ୍ର , ସୁବାସ ଚନ୍ଦ୍ର ସାମଲ,ଗୋଲକ ବିହାରୀ ସ୍ବାଇଁ, ଅଭିମନ୍ୟୁ ପ୍ରଧାନ,ମାନସ ଜେନା, ଅଶୋକ ଜେନା, ସୁଦାମ ଲେଙ୍କା, ଦୀପକ୍ ସେଠୀ, ରମେଶ ରାଉତ, ପ୍ରଫୁଲ୍ଲ ଖଟୂଆ, ସମେତ ବହୁ କଂଗ୍ରେସ କର୍ମୀ ନିଜ ନିଜର ବକ୍ତବ୍ୟ ରଖି ଥିବା ବେଳେ ପଞ୍ଚାୟତର କାର୍ଯ୍ୟକାରୀ କଂଗ୍ରେସ ସଭାପତି ଅଭିମନ୍ୟୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।