ପୁଣି ମେଟ୍ରୋ ପ୍ରକଳ୍ପକୁ ନେଇ କଟାକ୍ଷ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ପୁଣି ଥରେ ମେଟ୍ରୋ ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନ କଲେ କଟାକ୍ଷ । ମେଟ୍ରୋ ଲାଇନ୍ ଭିଡ଼ିଓରେ ଚାଲେନି କି ଭର୍ଚୁଆଲରେ ଚାଲିଲେ ହେବନି । ମେଟ୍ରୋ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କହିଛନ୍ତି । ନିକଟରେ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ ପାଇଁ ଡିଏମଆରସି ନିକଟରେ ଡିପିଆର ଦାଖଲ କରିଛନ୍ତି ।
ଆଉ ଏହି ଡିପିଆର ଦାଖଲ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିବାର ଦିନକ ପରେ ହୋଇଛି । କେନ୍ଦ୍ରମନ୍ତ୍ରୀ ଏହା ପୂର୍ବରୁ ଏକ ସଭାରେ କହିଥିଲେ ଯେ, ମେଟ୍ରୋ ପ୍ରକଳ୍ପ କିଛି ବାବୁଙ୍କ ଫଟୋସୁଟରୁ ଆଗେଇ ପାରିବ ନାହିଁ । ଏହା ପରେ ରାଜ୍ୟ ସରକାର ଡିପିଆର ଦାଖଲ କରିଥିଲେ । ଆଉ ଏବେ ଧର୍ମେନ୍ଦ୍ର ପୁଣି ଥରେ କହିଛନ୍ତି ଏହି ପ୍ରକଳ୍ପ ତିଆରି ହେବା ପାଇଁ ହେଲେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ମେଟାଭର୍ସରେ ଚାଲିବ ନାହିଁ ।