ନୌସେନାରେ ସାମିଲ ହେଲା ଆଇଏନଏସ ବିନ୍ଧ୍ୟଗିରି

ନୌସେନାରେ ସାମିଲ ହେଲା ଆଇଏନଏସ ବିନ୍ଧ୍ୟଗିରି

ନୂଆଦିଲ୍ଲୀ:   ବଢିଲା ଭାରତୀୟ ନୌସେନାର ଶକ୍ତି । ଆଧୁନିକ ଯୁଦ୍ଧ ଜାହାଜ ଆଇଏନଏସ ବିନ୍ଧ୍ୟଗିରିର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ । ନଡିଆ ବାଡେଇ , ଚନ୍ଦନ ଲଗାଇ ରାଷ୍ଟ୍ରପତି ମୁର୍ମୁ ହୁଗଲି ନଦୀ କୂଳରେ ଅବସ୍ଥିତ ଗାର୍ଡେନ ରିଚବିଲ୍ଡସ ଓ ଇଂଜିନିୟରିଂ ଲିମିଟେଡ ପରିସରରେ ଯୁଦ୍ଧ ଜାହାଜର ଉଦଘାଟନ କରିଛନ୍ତି । ଏହିଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରୋଜେକ୍ଟ ୧୭ ଏ ଅଧିନରେ ନିର୍ମାଣ କରାଯାଉଥିବା ଯୁଦ୍ଧ ଜାହାଜ ମଧ୍ୟରେ ଏହା ଷଷ୍ଠ ଜାହାଜ ଅଟେ । ଆଧୁନିକ ସୁବିଧା ଏହି ଜାହାଜରେ ଉପଲବ୍ଧ ଥିବା ସହ ଏବେ ଶତ୍ରୁ ଦେଶକୁ ମଧ୍ୟ ଭାରତ କଡା ଜବାବ ଦେଇପାରିବ  । କର୍ଣ୍ଣାଟକର ପର୍ବତ ଶୃଙ୍ଖଳା ନାଁ ରେ ଏହି ଯୁଦ୍ଧ ଜାହାଜକୁ ନାମିତ କରାଯାଇଛି ।  ସମୁଦ୍ରରେ ଘଂଟା ପ୍ରତି ୫୨ କିମି ବେଗରେ ଗତି କରିପାରିବ ବିନ୍ଧ୍ୟଗିରି ଯୁଦ୍ଧ ଜାହାଜ । ସବୁଠାରୁ ବଡ କଥା ହେଲା ଯୁଦ୍ଧଜାହାଜର ୭୫ ପ୍ରତିଶତ ପାର୍ଟସ୍କୁ ସ୍ୱଦେଶୀ କମ୍ପାନୀ ବନାଇଛନ୍ତି ।