ଝିଅ ବେକ କାଟିଲା ବାପା

ଝିଅ ବେକ କାଟିଲା ବାପା

ବାଲିପାଟଣା : ପାରିବାରିକ କଳହରୁ ବ୍ଲେଡ ରେ ୩ ବର୍ଷ ଝିଅର ବେକ କାଟିଲା ବାପା । ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଳକାଟି ରେ । ସ୍ଥାନୀୟ ଲୋକେ ଗୁରୁତର ଶିଶୁ କନ୍ୟାକୁ ଉଦ୍ଧାର କରି ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଶିଶୁକନ୍ୟା କୁ କ୍ୟାପିଟାଲ୍ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି । 

ବାଳକାଟି ସାତକାଣିଆ ଅଂଚଳରେ ଥିବା ଇଟା ଭାଟିରେ ଗଣେଷ ସିଂ ଏବଂ ପାନ ସିଂ ଶ୍ରମିକ ଭାବେ କାର୍ୟ୍ୟ କରନ୍ତି । କୌଣସି କାରଣରୁ ସ୍ଵାମୀ - ସ୍ତ୍ରୀ ମଧ୍ୟରେ ବୁଧବାର କଳହ ଲାଗିଥିଲା । ଏଥିରେ  ଗଣେଷ ସିଂ ଉତକ୍ଷିପ୍ତ ହୋଇ ନିଜ ୩ ବର୍ଷର ଶିଶୁ କନ୍ୟାର ବେକକୁ ବ୍ଲେଡରେ କାଟି ଦେଇଥିଲା । ଏଥିରେ ଶିଶୁ କନ୍ୟାର ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଶିଶୁ କନ୍ୟାକୁ ଉଦ୍ଧାର କରି ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଶିଶୁକନ୍ୟାର ଅବସ୍ଥା ଗୁରତର  ହେବାରୁ   ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି ।