କାମଧେନୁ ଗାଈ ମୂର୍ତ୍ତିର ଚମତ୍କାରିତା କେତେ ଜାଣନ୍ତୁ
ଉପକାରୀ ହୋଇଥାଏ କାମଧେନୁ ଗାଈ ମୂର୍ତ୍ତି । ହଁ ଆଜ୍ଞା ।
ହିନ୍ଦୁ ଧର୍ମରେ କାମଧେନୁ ନାମକ ଗାଈ ବେଶ୍ ପବିତ୍ର ବୋଲି କୁହାଯାଏ । ବାସ୍ତୁଶାସ୍ତ୍ରରେ ଏହି ମୂର୍ତ୍ତିକୁ ଖୁବ୍ ଶୁଭ ବୋଲି କୁହାଯାଉଛି ।
ଘରେ ସବୁବେଳେ ଏମିତି କାମଧେନୁର ମୂର୍ତ୍ତି ରଖିବା ଦରକାର, ଯାହା ସହିତ ବାଛୁରୀ ବି ରହୁଥିବ । ଏହି ମୂର୍ତ୍ତିକୁ ଘରେ ରଖି ପୂଜା କଲେ ଅନେକ ଲାଭ ମିଳିଥାଏ ।
ଘରର ଐଶାନ୍ୟ କୋଣରେ କାମଧେନୁ ଗାଈ ସହିତ ବାଛୁରୀର ମୂର୍ତ୍ତି ରଖିବା ଖୁବ୍ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ପୂଜାଘରେ ବି କାମଧେନୁ ଗାଈର ମୂର୍ତ୍ତି ରଖିବା ଶୁଭ ହୋଇଥାଏ । ଘରର ପ୍ରବେଶ ଦ୍ୱାର ନିକଟରେ ବି କାମଧେନୁ ଗାଈଙ୍କ ମୂର୍ତ୍ତି ରଖିଲେ ଜୀବନରେ ପ୍ରଗତି ଆସିଥାଏ ।
ଆୟ ତୁଳନାରେ ବ୍ୟୟ ଅଧିକ ହେଉଥିଲେ, ଅଫିସ୍ କିମ୍ବା ଦୋକାନର ଦକ୍ଷିଣ-ପଶ୍ଚିମ ଦିଗରେ କାମଧେନୁ ଗାଈର ମୂର୍ତ୍ତି ରଖନ୍ତୁ । ଯାହାଦ୍ୱାରା ପାଇବେ ଅନେକ ସୁଫଳ ।




admin 