ଶିଶୁ ଉପରେ ଚଢ଼ିଗଲା ଟ୍ରାକ୍ଟର

ଶିଶୁ ଉପରେ ଚଢ଼ିଗଲା ଟ୍ରାକ୍ଟର

ଖନ୍ତାପଡ଼ା : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବେଗୁନିଆ ଗାଁରେ ୩ବର୍ଷର ଶିଶୁପୁତ୍ର ଉପରେ ଚଢ଼ିଗଲା ଟ୍ରାକ୍ଟର। ମୃତ ଶିଶୁପୁତ୍ର ଜଣଙ୍କ ହେଲେ ରମେଶ ବେହେରାଙ୍କ ପୁଅ ଦିବ୍ୟାଂଶ ବେହେରା।

ରମେଶଙ୍କର ନିଜର ଟ୍ରାକ୍ଟର ରହିଛି। ଆଜି ଟ୍ରାକ୍ଟରରେ ଚିପ୍ସ ଲୋଡ୍ ହୋଇ ତାଙ୍କ ଘର ପାଖରେ ରହିଥିଲା।  ଦିବ୍ୟାଶଂ ଆଜି ସକାଳେ ସେହି  ଟ୍ରାକ୍ଟର ପାଖରେ ଖେଳୁଥିଲେ। ଗାଡ଼ି ଡ୍ରାଇଭର ଟ୍ରାକ୍ଟରଟି ନେବା ପାଇଁ ସକାଳେ ଘରେ ପହଞ୍ଚିଥିଲେ। ଡ୍ରାଇଭର ଗାଡ଼ି ଷ୍ଟାଟ୍‌ କରି ତାକୁ ଟିକେ ପଛକୁ ନେଇ ଯାଇଥିଲେ।  ସେହି ସମୟରେ ଦିବ୍ୟାଶଂ ଟ୍ରାକ୍ଟର ପଛ ପଟେ ଖେଳୁଥିଲେ। ଟ୍ରାକ୍ଟରଟି ଦିବ୍ୟାଶଂଙ୍କୁ  ଧକ୍କା ଦେଇଥିଲା। ଦିବ୍ୟାଶଂଙ୍କର ଟାକ୍ଟର ଚକା ତଳେ ତାଙ୍କ ମୁଣ୍ଡ ରହିଯାଇଥିଲା। ଟ୍ରାକ୍ଟର ଦିବ୍ୟାଶଂ ମୁଣ୍ଡ ଉପରେ ଚଢ଼ି ଯାଇଥିଲା।

ପରିବାର ଲୋକେ ଏହା ଦେଖି ଦୌଡ଼ି ଆସିଥିଲେ। ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ। ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲା।ପୁଲିସ ଘଟଣାର ତଦନ୍ତ କରୁଛି।