ବଡ଼ ଖବର: ଟଙ୍କା ବାକି ପାଇଁ ମୁଖ୍ୟଯନ୍ତ୍ରୀଙ୍କ ଅଫିସ ଆସବାବପତ୍ର ନିଲାମ

ବଡ଼ ଖବର: ଟଙ୍କା ବାକି ପାଇଁ ମୁଖ୍ୟଯନ୍ତ୍ରୀଙ୍କ ଅଫିସ ଆସବାବପତ୍ର ନିଲାମ

ଭୁବନେଶ୍ୱର:  କାମ ହେଲା । କିନ୍ତୁ ସରକାର ଟଙ୍କା ଦେଲେନି । ଆଉ ଶେଷରେ ଠିକାଦାରଙ୍କ ଅଭିଯୋଗ କ୍ରମେ ମୁଖ୍ୟଯନ୍ତ୍ରୀଙ୍କ ଅଫିସ ଆସବାବପତ୍ର ନିଲାମ ହେବ । ଏଭଳି ଘଟଣା ଘଟିଛି ଖୋଦ ରାଜଧାନୀ ଭୁବନେଶ୍ୱରରେ । ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ ଅଫିସ ଆସବାବପତ୍ର ନିଲାମ ହେବ । ଠିକାଦାରଙ୍କ ବାକି ଥିବା ୧୮ ଲକ୍ଷ ଟଙ୍କା ଭରଣା ପାଇଁ ନିଲାମ କରାଯିବ ।

ଭୁବନେଶ୍ୱର ସିନିୟରର ଡିଭିଜନ ସବଜଜଙ୍କ ନିଦେ୍ର୍ଧଶ କ୍ରମେ ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ ଅଫିସ ଆସବାବପତ୍ର ନିଲାମ ହେବ ।  ନିଲାମ ପାଇଁ କୋର୍ଟ କର୍ମଚାରୀମାନେ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଫିସର କମ୍ପୁ୍ୟଟର, ପ୍ରିଣ୍ଟର ଓ ଏସି ଆଦି ଉଠାଇ ନେଇଥିବା ଜଣାଯାଇଛି ।

  ୧୯୯୮ ମସିହାରେ କନଷ୍ଟ୍ରକ୍ସନ ଇଣ୍ଡିଆର ଠିକାଦାର ବିଲ୍ଡିଂର ନିର୍ମାଣ କରିଥିଲେ । ତେବେ ସରକାର ଟଙ୍କା ବାକି ରଖିବାରୁ ଠିକାଦାର ଜଣକ କୋର୍ଟ ଯାଇଥିଲେ ।

ଠିକାଦାର ଦିନେଶ ପାଠକ ସରକାରଙ୍କଠାରୁ ୧୮ଲକ୍ଷ ଟଙ୍କା ପାଇବାର ଅଛି । କିନ୍ତୁ ନିର୍ଦ୍ଧାରିତ ସମୟରେ ଟଙ୍କା ନପାଇବାରୁ ସେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ସେହି ମାମଲାର ଶୁଣାଣି କରି ସମ୍ପତି ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟଯନ୍ତ୍ରୀ । ହେଲେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ପୈଠ କରିନଥିଲେ କୋଠାବାଡି ମୁଖ୍ୟଯନ୍ତ୍ରୀ ।