ଆଲୁମିନିୟମ୍ ଫଏଲ୍ର ଉପଯୋଗିତା
ସାଧାରଣତଃ ଖାଦ୍ୟକୁ ପ୍ୟାକ୍ କରିବା ପାଇଁ ଆଲୁମିନିୟମ୍ ଫଏଲ୍ ବ୍ୟବହାର କରାଯାଏ । ମାତ୍ର ଆପଣ ଏହି ଫଏଲ୍କୁ ଆହୁରି ଅନେକ କାମ ପାଇଁ ଉପଯୋଗ କରିପାରିବେ ।କଟା ଫଳକୁ ଆଲୁମିନିୟମ୍ ଫଏଲରେ ଗୁଡେ଼ଇ ରଖିବା ଦ୍ୱାରା ତାହା କଳା କି ନାଲି ପଡେନାହିଁ । ଖରାରେ ଗଛ ଝାଉଁଳି ପଡ଼ିଥିଲେ, ଏହାର ମୂଳକୁ ଆଲୁମିନିୟମ୍ ଫଏଲରେ ଗୁଡ଼ାଇ ଦିଅନ୍ତୁ । ଏହାଦ୍ୱାରା ତାପରୁ ରକ୍ଷା ମିଳିବ । କଇଁଚିକୁ ଧାରୁଆ କରିବା ପାଇଁ ଆଲୁମିନିୟମ୍ ଫଏଲରେ ଘଷନ୍ତୁ ।ଏହା ଧାର ହୋଇଥାଏ । ଏହାଛଡା ଧନିଆ ପତ୍ରକୁ ଦୀର୍ଘଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଆଲୁମିନିୟମ୍ ଫଏଲ୍ରେ ଗୁଡ଼ାଇ ଫ୍ରିଜରେ ରଖନ୍ତୁ । ଏଭଳି ଭାବେ ଆପଣ ଏହାର ସଦ୍ ଉପଯୋଗ କରିପାରିବେ ।




admin 