ତ୍ୱଚା ପାଇଁ ହାନିକାରକ ଆଲ୍କହଲ୍
ଆଲକହଲ୍ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । କ୍ୟାନ୍ସର, ହୃଦ୍ରୋଗ ଏବଂ ଅନ୍ୟାନ୍ୟ ଘାତକ ରୋଗର ଆଶଙ୍କା ସହ ତ୍ୱଚା ପାଇଁ ମଧ୍ୟ ଏହା କ୍ଷତିକାରକ । ଡିହାଇଡ୍ରେଶନ୍ ଯୋଗୁଁ ତ୍ୱଚା କୁଣ୍ଡେଇ ହେବା, ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ ।
ଆଲ୍କହଲ ପିଇବା ଯୋଗୁ ଅନେକଙ୍କ ତ୍ୱଚାରେ ଫଳିଯିବା, ଆଖିତଳ କଳା ପଡ଼ିବା, ମୁହଁ ଫୁଲିଯିବା ଭଳି ଲକ୍ଷଣ ଦେଖାଦିଏ ।
ଅଧିକ ଆଲ୍ କହଲ୍ ପିଉଥିବା ବ୍ୟକ୍ତିଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଫଳରେ ତ୍ୱଚାରେ ବିଭିନ୍ନ ରୋଗ ସଂକ୍ରମଣ ହୋଇଥାଏ ।
ଅପରପକ୍ଷେ ନିଦ୍ରାହୀନତା ଯୋଗୁଁ କମ୍ ଶୋଇବା କାରଣରୁ ଆଖି ତଳେ ଡାର୍କ ସର୍କଲ, ଏଜ୍ ଲାଇନ୍, ରିଙ୍କଲ୍ ମାର୍କ, ସ୍କ୍ରିନ୍ ଟୋନ୍ ଡାର୍କ ହେବା ଭଳି ସମସ୍ୟା ଦେଖାଦିଏ ।
ଆଲ୍କହଲ୍ ପାଇଁ ମୁହଁ ଓ ପୂରା ଶରୀର ମୋଟା ଦେଖାଯାଏ ।




admin 