ରାସ୍ତା କଡ଼ରେ ବିରୀୟାନି ରାନ୍ଧିଲେ ହିରୋ
ହାତରେ ଚଟୁ ଓ ହଣ୍ଡା ଧରି ରାସ୍ତାକଡରେ ରାନ୍ଧିଲେ ଅଭିନେତା। ଝାଳ ନାଳ ହୋଇ ସମସ୍ତଙ୍କ ପାଇଁ ତିଆରି କଲେ ବିରିୟାନୀ। ସାଉଥ ସୁପରଷ୍ଟାର୍ ଅଜିତ କୁମାର ଅଭିନୟ ସହ ଦେଖାଇଲେ ନିଜ ରୋଷେଇ ଟ୍ୟାଲେଣ୍ଟ। କେବଳ ସେତିକି ନୁହେଁ ସମସ୍ତଙ୍କୁ ନିଜ ହାତରେ ପରଷିଲେ ମଧ୍ୟ। ତାମିଲ ଅଭିନେତାଙ୍କ ଏହି ନୂଆ ଲୁକ୍ ଦେଖି ତାଙ୍କ ଉପରେ ଫ୍ୟାନ୍ମାନେ ଫିଦା ହୋଇଯାଇଛନ୍ତି। ଅଜିତ କୁମାରଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭଇରାଲ ହେବାରେ ଲାଗିଛି। ଦେହରେ କଳା ରଙ୍ଗର ଜ୍ୟାକେଟ୍ ଆଉ ହାତରେ ଚଟୁ। ଗ୍ୟାସ୍ ଉପରେ ବସିଛି ବଡ ହଣ୍ଡା। ଚାଲିଛି ବିରିୟାନୀ ପ୍ରସ୍ତୁତି। ପୂରା ମାଷ୍ଟର ସେଫ ଭଳି ରାସ୍ତାକଡ଼ରେ ଠିଆ ହୋଇ ରୋଷେଇ କରୁଛନ୍ତି ଅଭିନେତା ଅଜିତ। ରୋଷେଇ କରିବା ବେଳେ ସେ ଝାଳନାଳ ମଧ୍ୟ ହୋଇଯାଉଛନ୍ତି। ଭାଇରାଲ ହୋଇଥିବା ଭିଡିଓରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି




admin 