ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :ମହିଳା ମୃତ
କୁଜଙ୍ଗ: କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକକୁ କାର୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି। ମୃତା ହେଲେ ଝିଲି ମାଝି। ଏଥିରେ ସ୍ୱାମୀ ଓ ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି।
ପଙ୍କପାଳ ପଞ୍ଚାୟତ ଅନ୍ତର୍ଗତ ଜନାପାଳ ଗାଁର ଇନ୍ଦିରା କଲୋନିରେ ରହୁଥିବା ସୁମନ୍ତ ବେହେରା(୪୦) ଓ ତାଙ୍କ ପତ୍ନୀ ଝିଲି ମାଝି ପୁଅ ସୁପ୍ରଭାତ(୫)ଙ୍କୁ ସ୍କୁଲରେ ଛାଡ଼ିବା ଲାଗି ବାଇକରେ ଯାଉଥିଲେ। ପଙ୍କପାଳ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏକ କାର୍ ସୁମନ୍ତ ବେହେରାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ପତ୍ନୀ ଝିଲି ମାଝି(୨୮)ଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ସ୍ୱାମୀ ଓ ପୁଅ ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ କାର୍ ଚାଳକ ଦୁର୍ଘଟଣା ଘଟାଇବା ପରେ ଚମ୍ପଟ ମାରିଥିଲେ।




admin 