୪ରେ ବର୍ଷା-ଅନୁଭବ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି

୪ରେ ବର୍ଷା-ଅନୁଭବ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି

 ୪ରେ ବର୍ଷା-ଅନୁଭବ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି


କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆରେ ହୋଇଥିବା ଆକ୍ଷେପ ଓ ପ୍ରତିଆକ୍ଷେପ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ୱର ୪ ତାରିଖକୁ ଧାର୍ୟ୍ୟ ହୋଇଛି । କିଛିଦିନ ଧରି ଏହି ମାମଲାର ଶୁଣାଣି ହାଇକୋର୍ଟରେ ହୋଇଆସୁଛି । ସାମାଜିକ ଗଣମାଧ୍ୟମରେ ଉଭୟ ଅନୁଭବ ଓ ବର୍ଷା କେହି କାହା ବିରୋଧରେ ଖରାପ ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ରୋକ୍‌ ଲଗାଇଥିଲେ । ସେହିପରି ଅନୁଭବଙ୍କ ସୋସିଆଲ୍‌ ମିଡିଆ ବ୍ୟବହାର ନେଇ ମଧ୍ୟ ଅଙ୍କୁଶ ଲାଗିଥିଲା। ଏହି ଅନ୍ତରୀଣ ଅଙ୍କୁଶ ହଟାଇବା ଏବଂ ମାମଲାର ତ୍ୱରିତ ଶୁଣାଣି ପାଇଁ ଅନୁଭବଅଦାଲତରେ ପ୍ରାର୍ଥନା କରିଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ କେ.ଆର୍‌. ମହାପାତ୍ର ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସାଂସଦ ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଭିଡିଓ ଭାଇରାଲ୍‌ କରୁଥିବା ବର୍ଷା ଅଭିଯୋଗ କରିଥିଲେ । ଏଭଳି ଭିଡିଓ ଦ୍ୱାରା ତାଙ୍କ ସମ୍ମାନହାନି ହେଉଥିବା ଦର୍ଶାଇ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏକ ଅନ୍ତରୀଣ ଆଦେଶରେ କେହି କାହା ବିରୋଧରେ ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ଏହି ଅନ୍ତରୀଣ ଆଦେଶ ବଳବତ୍ତର ରହିଆସିଛି ।