୨୯ରୁ ଗଡିବ ଇ-ବସ୍
୨୯ରୁ ଗଡିବ ଇ-ବସ୍
ଭୁବନେଶ୍ୱର :ରାଜଧାନୀରେ ଆସନ୍ତା ୨୯ ତାରିଖରୁ ଇ-ବସ୍ ବା ଇ-ରିକ୍ସା ଗଡିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଇ-ବସର ସଫଳ ପରୀକ୍ଷଣ ପରେ କ୍ରୁଟ ପକ୍ଷରୁ ଏହାକୁ ସାମିଲ କରାଯାଇଛି । ପ୍ରଥମିକ ପ୍ରର୍ଯ୍ୟୟରେ ୧୦ ଇ-ବସ ଏବଂ ୪୫ଟି -ରିକ୍ସା ଚାଲିବ । ଜୁନ ୩୦ତାରିଖରେ ଇ-ବସ ପରୀକ୍ଷଣ ଆରମ୍ଭ ହୋଇଥିଲା । ବିନାଯାତ୍ରୀରେ ବସ ଡିପୋରୁ ବାହାରି ରାଜଧାନୀରେ ବୁଲିଥିଲା । ପ୍ରାୟ ୨୫ ଦିନ ଧରି ଏହି ପରୀକ୍ଷା ଚାଲିବା ପରେ ସଫଳ ହୋଇଛି । କ୍ରୁଟ ଏହାକୁ ସାମିଲ କରିଛି । ଆଗାମୀ ଦିନରେ ଆହୁରି ଅଧିକ ବସ ଆଣିବ ବୋଲି କ୍ରୁଟ ସୂଚନା ଦେଇଛି । ଏହି ବସ ଚାଲିବା ଦ୍ୱାରା ଧୂଆଁ ବାହାରିବନି ନାହିଁ କି ପରିବେଷ ପ୍ରଦୂଷଣ ହେବନାହିଁ ।
ଆରାମଦାୟକ ଯାତ୍ରା ସହ ତ୍ୱରିତ ସେବା ଯୋଗାଇ ଏହି ଇ-ବସ । ମୁଖ୍ୟ ରାସ୍ତାରେ ମୋ ବସ ସେବା ଦେଉଥିବା ବେଳେ ଗଳିରେ ଇ-ରିକ୍ସା ଚାଳିବ । ବସ୍ରୁ ଓହ୍ଲାଇବା ପରେ ଘର ଗର୍ଯ୍ୟନ୍ତ ଯିବାକୁ ଇ-ରିକ୍ସା ସେବା ଯୋଗାଇବ । ଏଥିରେ ୩ କିମି ରାସ୍ତା ଯିବାକୁ ୧୦ଟଙ୍କା ରଖାଯାଇଛି । ଏହା ଦ୍ୱାରା ସାଧାରଣ ଯାତ୍ରୀ ଉପକୃତ ହେବେ ।




admin 