ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ଗୋପାଳ ଦାସଙ୍କ ପୈତୃକ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍

ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ଗୋପାଳ ଦାସଙ୍କ ପୈତୃକ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍

 ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ଗୋପାଳ ଦାସଙ୍କ ପୈତୃକ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍


ବ୍ରହ୍ମପୁର : ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ପୈତୃକ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍। ବିଏନ୍‌ପୁର ଥାନା ଜଳେଶ୍ଵରକଖଣ୍ଡିରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ପହଞ୍ଚିଛନ୍ତି। ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରୁଛନ୍ତି। ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଟିମ୍ ତଦନ୍ତ କରୁଛି। ଏହି ଟିମ୍‌ରେ ବ୍ରହ୍ମପୁର ପୋଲିସର ଜଣେ ମହିଳା ଡିଏସପି ସାମିଲ ଅଛନ୍ତି।
ସୂଚନାନୁଯାୟୀ, ଅଭିଯୁକ୍ତ ଗୋପାଳଙ୍କୁ ୨୦୧୩ ମସିହାରେ ବନ୍ଧୁକ ଇସ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କୁ ୯ ମଏ୍‌ ଏମ୍ ପିସ୍ତଲ ସହ ୨୪ ରାଉଣ୍ଡ ଗୁଳି ଦିଆଯାଇଥିଲା। ୨୦୨୦ ମସିହାରେ ପୁରୁଣା ଗୁଳିକୁ ବଦଳାଇ ନୂଆ ଗୁଳି ଦିଆଯାଇଥିଲା। ୨୦୨୨ ଡିସେମ୍ବରରେ ରେଞ୍ଜ କୋର୍ସ ଫାଇରିଂରେ ସେ ଯୋଗ ଦେଇଥିଲେ।

 ସେପଟେ  ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ । ପୋଷ୍ଟମୋର୍ଟମ କରିଥିବା ଡାକ୍ତର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟରେ ରିପୋର୍ଟ ଦାଖଲ କରିଛନ୍ତି । ପୋଷ୍ଟମୋର୍ଟମ ରିପୋର୍ଟ ସମ୍ପର୍କରେ ନବ ଦାସଙ୍କୁ କେଉଁ ସମୟରେ ଗୁଳି ବାଜିଥିଲା , କେତୋଟି ଗୁଳି ବାଜିଥିଲା , ଏବଂ କେଉଁ ସମୟରେ ମୃତ୍ୟୁ ଘଟିଥିଲା । ଏସମସ୍ତ ତଥ୍ୟର ବିବରଣୀ ରହିଥିବା ସୂଚନା ।
ସୂଚନାଯୋଗ୍ୟ ଯେ, ରବିବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧି ଛକ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି ମାରିଥିଲେ । ଯେଉଁଥିରେ ନବ ଦାସ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ । ପରେ ନବ ଦାସଙ୍କୁ ଏୟାରଲିଫ୍ଟ ଜରିଆରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।