ସେଲଫି ନେବା ବେଳେ ପାଣିରେ ଖସି ପଡ଼ିବାରୁ ଦୁଇଜଣ ଯୁବକଙ୍କର ମୃତୁ୍ୟ ଘଟିଛି

ସେଲଫି ନେବା ବେଳେ ପାଣିରେ ଖସି ପଡ଼ିବାରୁ ଦୁଇଜଣ ଯୁବକଙ୍କର ମୃତୁ୍ୟ ଘଟିଛି

 ସେଲଫି ନେବା ବେଳେ ପାଣିରେ ଖସି ପଡ଼ିବାରୁ ଦୁଇଜଣ ଯୁବକଙ୍କର ମୃତୁ୍ୟ ଘଟିଛି
ରାଉରକେଲା/ ରାଇରଙ୍ଗପୁର: କାଳ ସାଜିଲା ସେଲଫି । ସାଙ୍ଗମାନଙ୍କ ସହ କାଂଶବାହାଲ ଡ୍ୟାମରେ ସେଲଫି ନେବା ବେଳେ ପାଣିରେ ଖସି ପଡ଼ିବାରୁ ଦୁଇଜଣ ଯୁବକଙ୍କର ଦୁଃଖଦ ମୃତୁ୍ୟ ଘଟିଛି । ମୃତକମାନେ ହେଲେ ରାଉରକେଲା ଉଦିତନଗର ବାସନ୍ତୀ କଲୋନୀର ପ୍ରମୋଦ ପରିଡ଼ା (୩୫) ଓ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଟ୍ରାଫିକ ଗେଟ ଗଞ୍ଜାମ ବସ୍ତିର ସୁମନ୍ତ ଦେ (୨୬) । ମିଳିଥିବା ସୂଚନା ଅନୁସାରେ, ରବିବାର ଛୁଟି ଦିନ ଥିବାରୁ ପ୍ରମୋଦ ଓ ସୁମନ୍ତ ସହ ଅନ୍ୟ ୩ ଜଣ ବନ୍ଧୁ କାଂଶବାହାଲରେ ଥିବା ସେମାନଙ୍କ ଭିତରୁ ଜଣଙ୍କ ଶ୍ୱଶୁର ଘରକୁ ବୁଲିବାକୁ ଯାଇଥିଲେ । ଶ୍ୱଶୁର ଘରେ ପହଞ୍ଚି ଅପରାହ୍ନ ପ୍ରାୟ ୩ଟାରେ ସମସ୍ତେ ମୋଟର ବାଇକରେ କାଂଶବାହାଲ ଡ୍ୟାମ ବୁଲିବାକୁ ଯାଇଥିଲେ । ସାଢେ଼ ୩ଟାରେ ସେମାନେ ଡ୍ୟାମ ନିକଟରେ ପହଞ୍ଚିଥିଲେ । ୩ ଜଣ ସାଙ୍ଗ ଡ୍ୟାମ ଉପରେ ମଜା କରୁଥିବା ବେଳେ ପ୍ରମୋଦ ଓ ସୁମନ୍ତ ସେଲଫି ନେବାକୁ ତଳକୁ ଯାଇଥିଲେ । ଦୁହେଁ ଏକାଠି ଠିଆ ହୋଇ ସେଲଫି ନେଉଥିବା ବେଳେ ପାଣିରେ ଖସିପଡ଼ି ବୁଡ଼ି ନିଖୋଜ ହୋଇଯାଇଥିଲେ ।