ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା
ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା
ଆଉ ଶୁଭିବନି, ରାଇମୋହନଙ୍କ ଗୁରୁଗମ୍ଭୀର ଡାଇଲଗ । ସିନେମା ହେଉକି ଯାତ୍ରା, ରାଇଙ୍କ ଡାଇଲଗ ଅନ୍ଦାଜ ଖୁବ ନିଆରା । ଦର୍ଶକଙ୍କ କରତାଳିରେ ଫାଟି ଉଠେ ସିନେମା ହଲ ଓ ଯାତ୍ରା ପେଣ୍ଡାଲ ।
ଓଡ଼ିଶାର ଘରେ ଘରେ ପରିଚିତ ସିନେ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଖବର ଏବେ ସିନେମା ଓ ଯାତ୍ରା ଜଗତକୁ ସ୍ତବ୍ଧ କରିଦେଇଛି । ଜଣେ ଲୋକପ୍ରିୟ ଖଳନାୟକ ଭାବେ ସେ ଦର୍ଶକଙ୍କ ଭଲପାଇବା ସାଉଁଟି ପାରିଥିଲେ । ସିନେମାରେ ଖଳନାୟକ ଭାବେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପରେ ଯାତ୍ରା ଦୁନିଆରେ ପ୍ରବେଶ କରିଥିଲେ । ବହୁ ବଡ଼ ବଡ଼ ଯାତ୍ରା ପାର୍ଟିରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଟ ହୋଇନାହିଁ । ଆଜି ମଧ୍ୟାହ୍ନରେ ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ମଂଚେଶ୍ୱର ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ରାଇମୋହନଙ୍କ ଆତ୍ମହତ୍ୟା ତାଙ୍କର ହଜାର ହଜାର ଫ୍ୟାନଙ୍କୁ ମର୍ମାହତ କରିଦେଇଛି ।




admin 