ବି୍ରଟେନରୁ ଓଡ଼ିଶାକୁ ୬୧ ଜଣ ଯାତ୍ରୀ ଫେରିଲେଣି

ବି୍ରଟେନରୁ ଓଡ଼ିଶାକୁ ୬୧ ଜଣ ଯାତ୍ରୀ ଫେରିଲେଣି

 ବି୍ରଟେନରୁ ଓଡ଼ିଶାକୁ ୬୧ ଜଣ ଯାତ୍ରୀ ଫେରିଲେଣି
ଭୁବନେଶ୍ୱର: ବି୍ରଟେନରେ କରୋନା ଭୂତାଣୁର ନୂତନ ଷ୍ଟ୍ରେନ (ବି.୧.୧.୭) ଆତଙ୍କ ସୃଷ୍ଟି କରିଥିବା ବେଳେ ଏହି ସମୟରେ ବି୍ରଟେନରୁ ଓଡ଼ିଶାକୁ ୬୧ ଜଣ ଯାତ୍ରୀ ଫେରିଛନ୍ତି । ଗତ ୧୪ ଦିନ ଭିତରେ ଏସବୁ ଯାତ୍ରୀ ଓଡ଼ିଶାକୁ ଫେରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି । ରାଜ୍ୟର ସମୁଦାୟ ୧୧ ଜିଲ୍ଲାକୁ ବି୍ରଟେନ ଫେରନ୍ତା ଆସିଥିବା ବେଳେ ଏଥିରେ ଭୁବନେଶ୍ୱରର ସର୍ବାଧିକ ୨୧ ଜଣ ରହିଛନ୍ତି । ତେଣୁ ବି୍ରଟେନ ଫେରନ୍ତାଙ୍କ ଉପରେ ନଜର ରଖିବା ଲାଗି ସବୁ ଜିଲ୍ଲାପାଳ, ମୁ୍ୟନିସିପାଲଟି କମିସନର, ସିଡିଏମଓ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିସନକୁ ନିଦେ୍ର୍ଧଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଫେରନ୍ତାଙ୍କ ନିରୀକ୍ଷଣ, କଣ୍ଟାକ୍ଟ ଟ୍ରେସିଂ, ଆରଟିପିସିଆର ପରୀକ୍ଷା ସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗତ ୧୪ ଦିନ (୭ ରୁ) ଭିତରେ ବି୍ରଟେନରୁ ଓଡ଼ିଶାକୁ ଆସିଥିବା ୬୧ଜଣ ଫେରିଥିବା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି । ଅନ୍ୟ ୧୮ ଜଣଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ସମ୍ବଲପୁର, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ, ନୟାଗଡ଼, ପୁରୀ ଓ ଗଞ୍ଜାମ ସମେତ ୧୫ଟି ଜିଲ୍ଲାକୁ ବି୍ରଟେନରୁ ଲୋକ ଆସିଛନ୍ତି । ଏହି ସମୟ ଭିତରେ ଦେଶକୁ ୩୪୪୫ ଜଣ ଯାତ୍ରୀ ଫେରିଥିବା ଜଣାପଡ଼ିଛି ।