ଫେସନ୍ବ ପାଲଟିଛି ବଏଲର୍ ସୁଟ୍

ଫେସନ୍ବ ପାଲଟିଛି ବଏଲର୍ ସୁଟ୍

 ଫେସନ୍ବ  ପାଲଟିଛି  ବଏଲର୍ ସୁଟ୍


କାରଖାନାରେ ଶ୍ରମିକମାନେ ବଏଲର୍ ସୁଟ୍ ପିନ୍ଧି କାମ କରନ୍ତି । ସେଇ ବଏଲର୍ ସୁଟ୍ ଯେ ଫେସନ୍ ଧାରାରେ ସାମିଲ ହୋଇଯିବ, ତାହା କିଏ ଜାଣିଥିଲା । କିଛି ବର୍ଷ ତଳେ ପ୍ରଥମେ ଜମ୍ପ ସୁଟ୍ ଯୁବପିଢ଼ିଙ୍କ ମଧ୍ୟରେ ଲୋକପି୍ରୟ ହେଲା । ତା’ର ଅଳ୍ପ ସମୟ ପରେ ବଏଲର୍ ପୋଷାକ ଡିଜାଇନ୍ ହୋଇ ବଜାରକୁ ଆସିଲା । ଉଭୟ ପୁରୁଷ-ମହିଳା ଓ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ରଙ୍ଗ, ଡିଜାଇନ୍ରେ ବଏଲର୍ ପୋଷାକ ବଜାରରେ ମିଳୁଛୁ ।

ଆମେରିକାରେ କଲେଜ ପଢ଼ୁଆ ପିଢ଼ି ଏହି ସୁଟ୍ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ହାଲକା ହେବା ସହ ଏହାର ଷ୍ଟାଇଲିଶ୍ ଡିଜାଇନ୍ ପାଇଁ ଅଧିକାଂଶ ଏହି ପୋଷାକ କିଣୁଥିବା ଦେଖାଯାଉଛି । ଅନ୍-ଲାଇନରେ ବଏଲର୍ ପୋଷାକ ଦାମ ୧,୬୦୦ ଟଙ୍କାରୁ ଆରମ୍ଭ । ହଲିଉଡ୍ ତାରକା ମାନେ ଆକ୍ସନ ଚଳଚ୍ଚିତ୍ରରେ ଏହି ସୁଟ୍ ପିନ୍ଧି ସୁଟିଂ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଆଲିଆ ଭଟ୍ଟ ହଲିଉଡ ଚଳଚିତ୍ର ‘ହାର୍ଟ ଅଫ ଷ୍ଟୋନ୍’ ସୁଟିଂ ସମୟରେ ମଧ୍ୟ ବଏଲର୍ ସୁଟ୍ ପିନ୍ଧିଥିବା ଦେଖାଯାଉଛି ।