ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ମାରିଦେଲେ

ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ମାରିଦେଲେ

 ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ମାରିଦେଲେ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ୱାଡା ଜିଲ୍ଲାରେ ପୁଣି ମାଓ ହିଂସା ଦେଖାଦେଇଛି । ପୋଲିସ ଇନ୍‌ଫର୍ମରେ ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କଲେ ଲାଲ୍‌ ବାହିନୀ  । ଦାନ୍ତେଓ୍ୱାଡା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ,  ଗତ ଦୁଇ ଦିନ ଧରି ନିଖୋଜ ଥିବା ଜୟରାମ କାଶ୍ୟବଙ୍କ ମୃତ ଦେହ ମାଲବାହୀ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମିଳିଛି । ହତ୍ୟା ପରେ ନକ୍ସଲ ମାନେ ଘଟଣାସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଛି । ଦନ୍ତେୱାଡା ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଜାରି ରଖିଛି ।