ଟ୍ରକ୍-ଡାଲା ଅଟୋ ଧକ୍କା, ୨ ମୃତ

ଟ୍ରକ୍-ଡାଲା ଅଟୋ ଧକ୍କା, ୨ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ଏନଏଚ୍ ୨୬ରେ ଲୁହୁରାପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡାଲା ଅଟୋକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। 

 ଶିଶକେଳା ଗାଁର ମିଠା ବ୍ୟବସାୟୀ ସୁବଲ ସାହୁ, ବଡମୁଡିଆ ମାଝୀ, ଦେବାଶିଷ ସାହୁ ସକାଳ ୫ଟା ସମୟରେ ଏକ ଅଟୋ ଯୋଗେ ବରଗାଁ କଳାହାଣ୍ଡି ଛକ ସାପ୍ତାହିକ ବଜାରକୁ ମିଠା ବିକ୍ରି ପାଇଁ ଯାଉଥିଲେ । ଏହି ସମୟରେ ଲୁହୁରାପାଲି ଛକ ନିକଟରେ ବଲାଙ୍ଗୀର ପଟୁ ଭବାନୀପାଟଣାକୁ ଯାଉଥିବା ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।