ଜରୁରୀ ଅବତରଣ କଲା ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର
ଜରୁରୀ ଅବତରଣ କଲା ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର
ଲକ୍ଷ୍ନୌ: ଜରୁରୀ ଅବତରଣ କଲା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର। ଯାନ୍ତ୍ରିକ ତ୍ରୁଟି ଯୋଗୁ ତାଙ୍କ ପ୍ରାଇଭେଟ୍ ହେଲିକପ୍ଟରର ଏହି ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ବାରାଣସୀର ବାବାତପୁର ବିମାନବନ୍ଦରରେ ଏହି ଅବତରଣ କରାଯାଇଛି।
ହେଲିକପ୍ଟର ସହ ପକ୍ଷୀ ଧକ୍କା ହେବା ପରେ ଏହି ଜରୁରୀକାଳୀନ ଅବତରଣ କରାଯାଇଥିବା କୁହାଯାଉଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେ ଏକ ସ୍ୱତନ୍ତ୍ର ବିମାନ ଜରିଆରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ।
ଯୋଗୀ ଆଦିତ୍ୟନାଥ ଆଜି କୌଣସି ଏକ କାର୍ୟ୍ୟକ୍ରମରେ ସାମିଲ ହେବା ପାଇଁ ବାରାଣସୀ ପହଞ୍ଚିଥିଲେ। ସେଠାରୁ ସେ ଲକ୍ଷ୍ନୌ ଅଭିମୁଖେ ଉଡାଣ ଭରିବା ବେଳେ ତାଙ୍କ ହେଲିକପ୍ଟରଟି ପକ୍ଷୀ ସହ ଧକ୍କା ହୋଇଥିଲା। ଏହା ପରେ ହେଲିକପ୍ଟରରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ମୁଖମନ୍ତ୍ରୀ ଯୋଗୀଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ।




admin 