ଗଙ୍ଗାରେ ବୁଡିଗଲା ଡଙ୍ଗା, ୧୦ଜଣଙ୍କ ମିଳୁନି ପତ୍ତା
ଗଙ୍ଗାରେ ବୁଡିଗଲା ଡଙ୍ଗା, ୧୦ଜଣଙ୍କ ମିଳୁନି ପତ୍ତା
ପାଟନା: ବିହାର ଗଙ୍ଗା ନଦୀରେ ଅଘଟଣ । ଗଙ୍ଗାନଦୀରେ ଡଙ୍ଗା ବୁଡ଼ି ଯିବାରୁ ୧୦ ନିଖୋଜ ଅଛନ୍ତି । ଶାହାପୁର ଥାନା ଦାନପୁର ନିକଟରେ ଡଙ୍ଗା ବୁଡ଼ିବାରୁ ଅଘଟଣ ଘଟିଛି। ଡଙ୍ଗାଟିରେ ୫୦ରୁ ୫୪ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଏନଡିଆଏଫ ଦ୍ବାରା ଉଦ୍ଧାର କାର୍ୟ୍ୟ ଜାରି ରହିଛି । ସମସ୍ତଙ୍କୁ ଉଦ୍ଧାର କରିବାକୁ ୨ଟି ଡଙ୍ଗା ପଠାଯାଇଛି । ଶ୍ରମିକମାନେ କାମ ସାରି ଫେରୁଥିବା ଅଘଟଣ ଘଟିଥିବା କହିଛନ୍ତି ଦାନପୁର ଏସଡିଏମ ।
ସୂଚନା ଅନୁଯାୟୀ, ଦାଉଦପୁର ଅଞ୍ଚଳ ଲୋକେ ପ୍ରତିଦିନ ଡଙ୍ଗାରେ ଗଙ୍ଗା ପାର୍ ହୋଇ ନଦୀର ଅପରପାର୍ଶ୍ୱକୁ ସେମାନଙ୍କ ଗାଇଙ୍କ ପାଇଁ ଚାରା ଆଣିବାକୁ ଯାଇଥାନ୍ତି। ଗତକାଲି ମଧ୍ୟ ସମାନ ଭାବେ ଏକ ଡଙ୍ଗାରେ ପ୍ରାୟ ୫୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଚାରା ଆଣିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ନଦୀ ମଝିରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଲା।
ଖବର ପାଇ ଶାହପୁର ଓ ମନେର ଥାନା ଅଧିକାରୀ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ୟ୍ୟକୁ ଜୋରଦାର କରିଛନ୍ତି। ସଙ୍ଗେ ସଙ୍ଗେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ହେଲେ ଏବେ ବି ୧୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି।




admin 