ଆସ୍ଥା ଭୋଟ ଲୋଡିବେ ହେମନ୍ତ ସୋରେନ

ଆସ୍ଥା ଭୋଟ ଲୋଡିବେ ହେମନ୍ତ ସୋରେନ

 ଆସ୍ଥା ଭୋଟ ଲୋଡିବେ ହେମନ୍ତ ସୋରେନ

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଗ୍ୟ ଲଟକି ରହିଥିବା ବେଳେ ତାଙ୍କ ନେତୃତ୍ୱାଧୀନ ସରକାର ସୋମବାର ବିଧାନସଭାରେ ଆସ୍ଥା ଭୋଟ ଲୋଡିବେ । ଏଥିପାଇଁ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ବିଜେପିକୁ ବ୍ୟାକ୍‌ଫୁଟରେ ରଖିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । ବିଧାନସଭା ଅଧିବେଶନରେ ସାମିଲ ହେବାକୁ ରାୟପୁରରେ ରହୁଥିବା ୟୁପିଏର ସବୁ ବିଧାୟକ ରବିବାର ରାଞ୍ଚିରେ ପହଞ୍ଚିଛନ୍ତି ।

ବିଜେପିର ଘୋଡା ବେପାର ଆଶଙ୍କା କରି ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଛି । ସରକାରରେ ଅସ୍ଥିରତା ସୃଷ୍ଟି କରିବାକୁ ବିଜେପି ଉଦ୍ୟମ କରୁଥିବା ସୋରେନ ଅଭିଯୋଗ କରିଛନ୍ତି । ନିଜ କମ୍ପାନିକୁ ଖଣି ଲିଜ୍‌ ପ୍ରଦାନ ନେଇ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ଲାଗି ନିର୍ବାଚନ କମିଶନ ସୁପାରିସ କରିଥିଲେ ମଧ୍ୟ ରାଜ୍ୟପାଳ ରମେଶ ବୈସ୍‌ ତା’ଉପରେ କୌଣସି ନିଷ୍ପତ୍ତି ନେଇପାରିନାହାନ୍ତି । ସେ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ସେ ନିଷ୍ପତ୍ତି ନେବେ ।