ଖୁସି ଖବର: ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ କେନ୍ଦ୍ର ସରକାର
ଖୁସି ଖବର: ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାର କରାଳ କାୟା ଭିତରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଛନ୍ତି । ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଫଳରେ କେନ୍ଦ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବୃଦ୍ଧି ପାଇ ୨୮ ପ୍ରତିଶତରେ ପହଞ୍ଚିଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ଲାଗୁ ହେବ ।
ପ୍ରକାଶ ଯେ, କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଆଜି ବସିଥିଲା ଦ୍ୱିତୀୟ କ୍ୟାବିନେଟ ବୈଠକ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାୟ ବର୍ଷେ ପରେ ଏକାଠି ବସିଥିଲେ ସମସ୍ତ କ୍ୟାବିନେଟ ମନ୍ତ୍ରୀ । ପୂର୍ବରୁ କେବଳ ଭର୍ଚୁଆଲ ବୈଠକ ହେଉଥିଲା । କରୋନା ସଂକ୍ରମଣ କାରଣରୁ ଗତବର୍ଷ ଏପ୍ରିଲ ପରେ ଆଉ ଅଫଲାଇନ ବୈଠକ ହେଉନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭ ଲୋକକଲ୍ୟାଣ ମାର୍ଗରେ ଥିବା ବାସଭବନରେ ଏହି ବୈଠକ ବସିଥିଲା ।