କପା ବୋଝେଇ ଟ୍ରାକ୍ଟର ଓଲଟି ୨ ଜଣଙ୍କର ମୃତ୍ୟୁ
କପା ବୋଝେଇ ଟ୍ରାକ୍ଟର ଓଲଟି ୨ ଜଣଙ୍କର ମୃତ୍ୟୁ
admin
Jan 13, 2021 - 06:51
Updated: Jan 13, 2021 - 06:51
କଲ୍ୟାସିଂହପୁର : ରାୟଗଡା ଜିଲାର କଲ୍ୟାଣସିଂହପୁର ତ୍ରିକାଳପାଡୁ ନିକଟରେ ଏକ କପା ବୋଝେଇ ଟ୍ରାକ୍ଟର ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ଚାଳକ (ଶଶିରାଓ ମିଣିଆକା) ସମେତ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। , ଗତକାଲି ବିଳମ୍ବିତ ରାତିରେ କଲ୍ୟାଣସିଂହପୁର ବେଲକଣା ଗାଁର କେ.ପ୍ରସାଦ ନିଜ ଟ୍ରାକ୍ଟର ଧରି ପୋମଡା ଛକଠାରେ ଖୁଚୁରା ଚାଷୀଙ୍କ କପା କିଣି ଟ୍ରାକ୍ଟରରେ ଲୋଡ କରି ରାତ୍ର ସମୟରେ ନିଜ ଗାଁକୁ ନେଉଥିବା ବେଳେ ଶିକରପାଇ ନିକଟ କ୍ରିକାଲ ପାଡୁ ବୁଲାଣିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିପଡିଥିଲା। ଫଳରେ ଘଟଣାସ୍ଥଳରେ ଚାଳକ ଶଶିରାଓ ମିଣିଆକାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଶ୍ରମିକ ଗୁରୁତର ହୋଇଥିବାରୁ ନିକଟ ଗାଁ ଲୋକ ପହଁଞ୍ଚିବା ପରେ ଗୁରୁତର ଦୁଇଜଣକୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରଥିଲେ । ସେଠାରେ ଡାକ୍ତର ଚିକିତ୍ସା କରବା ପରେ ଅନ୍ୟ ଏକ ମହିଳା ଶ୍ରମିକ ସୁବର୍ଣା କରଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ କୁନେଇ କରଡିଆ ଗୁରୁତ୍ତର ଅବସ୍ଥାରେ ରହିଛନ୍ତି। କଲ୍ୟାଣସିଂହପୁର ପୁଲିସ ଅଧିକ ତଦନ୍ତ କରୁଛି ।