ଓଢଣୀରେ ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା ।
ଓଢଣୀରେ ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା ।
admin
Mar 16, 2020 - 08:02
Updated: Mar 16, 2020 - 08:02
ନବରଙ୍ଗପୁର ସହର ହିରଲିରେ ଚାଂଚଲ୍ୟ । ହିରଲି ନିକଟରେ ଥିବା ଏକ ହଷ୍ଟେଲରେ ଜଣେ ପାଚିକା ଓଢଣିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ପାଚିକା ହେଉଛନ୍ତି ରାଇଘର ବ୍ଲକ୍ ଅନ୍ତର୍ଗତ ଡଙ୍ଗରିପାରା ଗ୍ରାମର ଗୁରୁବାରୀ ଗୋଣ୍ଡ। ସେ ଏକ କାଜୁ ଗଛରେ ଫାଶୀ ଦେଇଥିବା ଜଣଶପଡିଛି ।
ଗତ ଚାରି ବର୍ଷ ହେବ ହୀରାଲି ନିକଟରେ ଥିବା ସରକାରୀ ହଷ୍ଟେଲ୍ ‘ଅନେ୍ଵଷା’ରେ ପାଚିକା ଭାବେ କାମ କରୁଥିଲେ।
ମିଳିଥିବା ସୂଚନା ଅନୁସାରେ, ଗତରାତିରେ ହଷ୍ଟେଲ୍ର ଅନ୍ତେବାସୀମାନେ ରାତ୍ରଭୋଜନ ଖାଇ ଶୋଇବାକୁ ଚାଲିଯାଇଥିଲେ। ଆଜି ସକାଳୁ ସେମାନେ ଜଳଖିଆ ଖାଇବାକୁ ପାଚିକାଙ୍କୁ ଖୋଜାଖୋଜି କରି ମଧ୍ୟ ପାଇ ନ ଥିଲେ। ଅନ୍ତେବାସୀମାନେ ତାଙ୍କୁ ଆଖପାଖ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ।
ପରେ ହଷ୍ଟେଲ୍ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା କାଜୁବାଡ଼ରେ ଜଣେ ଯୁବତୀଙ୍କ ଶବ ଝୁଲୁଥିବା ଖବର ମିଳିଥିଲା। କାଜୁବାଦାମ ଗଛରେ ସେ ନିଜ ଓଢ଼ଣି ଦ୍ୱାରା ଫାଶି ଦେଇଥିବା ଅନୁମାନ କରାଯାଉଛି।
ନବରଙ୍ଗପୁର ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।