ଏହି ତାରିଖରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା

ଏହି ତାରିଖରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା

 ଏହି ତାରିଖରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକର ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା କରାଯିବ । ରାଜ୍ୟ ସରକାର ଓ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)ଙ୍କ ସହ ଆଲୋଚନା ପରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ବିଦ୍ୟାଳୟସ୍ତରରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ଏପି୍ରଲ ୨୨ ରୁ ୨୪ ପର୍ଯ୍ୟନ୍ତ ଦୁଇଟି ସିଟିଂରେ ୬ଟି ବିଷୟର ପରୀକ୍ଷା କରାଯିବ । ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ପ୍ରଥମ ଏବଂ ପୂର୍ବାହ୍ନ ୯ଟା ୩୦ ରୁ ୧୧ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ୨୨ ତାରିଖରେ ପ୍ରଥମ ଭାଷା ଓ ବିଜ୍ଞାନ, ୨୩ ତାରିଖରେ ଦ୍ୱିତୀୟ ଭାଷା ଓ ସାମାଜିକ ବିଜ୍ଞାନ, ୨୪ ତାରିଖରେ ଗଣିତ ଓ ତୃତୀୟ ଭାଷାର ପରୀକ୍ଷା ଅନୁଷ୍ଠିତ ହେବ । ବିଏସଇ ପାର୍ଟନ ଅନୁଯାୟୀ ପରୀକ୍ଷା କରାଯିବ । ଯେଉଁ ବିଦ୍ୟାଳୟ ଏହି ପରୀକ୍ଷା ସାମିଲ ହେବାକୁ ଚାହିଁବେ ସେମାନେ ଇଣ୍ଡେଣ୍ଟ ପ୍ରୋଫର୍ମାକୁ ଓଷ୍ଟା ଅଫିସକୁ ଡାକଯୋଗେ ନ ହେଲେ ଇ-ମେଲ ‘osstaexamination@gmail.com’ ମାଧ୍ୟମରେ ପଠାଇପାରିବେ ।