ଯୌତୁକ ପାଇଁ ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ସ୍ୱାମୀ !

ଯୌତୁକ ପାଇଁ ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ସ୍ୱାମୀ !

ଯୌତୁକ ପାଇଁ ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ସ୍ୱାମୀ !
ଭଞ୍ଜନଗର: ଯେଉଁ ଅଗ୍ନିକୁ ସାକ୍ଷୀ ରଖି ୭ ଜନ୍ମ ପାଇଁ ବିବାହ କରିଥିଲା, ସେହି ଅଗ୍ନିରେ ଯୌତୁକ ଦାବିରେ ନିଜ ପତ୍ନୀକୁ ସ୍ୱାମୀ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ଯୌତୁକ ନିଶା ଏତେ ଥିଲା ଯେ ଶେଷରେ ସ୍ତ୍ରୀ ଉପରେ କିରାସିନି ଢ଼ାଳି ନିଅାଁ ଲଗାଇ ଦେଲା । ଛଟପଟ ହୋଇ ଶେଷରେ ଆଖି ବୁଜିଦେଲା ସ୍ତ୍ରୀ । ଗଞ୍ଜା ତାରାସିଂ ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ଦୁଃଖିଶ୍ୟାମ ପ୍ରଧାନଙ୍କ ସ୍ତ୍ରୀ ଝିଲି । ଘଟଣା ସମ୍ପର୍କରେ ଝିଲିଙ୍କ ବାପା ବିଦ୍ୟାଧର ପ୍ରଧାନ ତାରାସିଂ ଥାନାରେ ଅଭିଯୋଗ କରିଛନ୍ତି । ଏତଲାକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ଦୁଃଖିଶ୍ୟାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାରାସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସୂଚନା ଅନୁସାରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଥୋଲଣ୍ଡା ଗ୍ରାମର ବିଦ୍ୟାଧରଙ୍କ ଝିଅ ଝିଲି ୨୦୧୬ ରେ ତାରାସିଂ ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମର ଦୁଃଖିଶ୍ୟାମକ ପ୍ରଧାନଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ବେଶ ହସ ଖୁସିରେ ଚଳୁଥିଲେ । ବାହାଘରର କିଛି ଦିନ ପରେ ଝିଲିକୁ ସ୍ୱାମୀ ଅଧିକ ଯୌତୁକ ଲୋଭରେ ନିର୍ଯାତନା ଦେଇ ଆସୁଥିଲେ । ଏନେଇ ଝିଲି ବାପାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ବାପଘର ପକ୍ଷରୁ ଘଟଣାକୁ କେହି ଗୁରୁତ୍ୱ ଦେଇ ନଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ସମାଧାନ ହୋଇଯିବ ଭାବି ବିଦ୍ୟାଧର ଚୁପ ରହିଥିଲେ । ଏହି ପାରିବାରିକ ଝଗଡ଼ା ଶେଷଷର ଉଗ୍ରରୂପ ନେଇଥିଲା । ଭୋର ୫ଟାରେ ଦୁଃଖିଶ୍ୟାମଙ୍କ ଘର ଭିତରୁ ପ୍ରବଳ ଧୂଅାଁ ବାହାରୁଥିବା ଦେଖି କିଛି ଲୋକ ଘରର କବାଟ ଭାଙ୍ଗିଥିଲେ । ଗୋଟିଏ ରୁମରେ ଝିଲି ଜଳୁଥିବା ବେଳେ ଅନ୍ୟ ରୁମରେ ଦୁଖିଶ୍ୟାମ ଦେଖୁଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ ।