ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତ ଓସ୍କାର ପାଇଁ ମନୋନୀତ

ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତ ଓସ୍କାର ପାଇଁ ମନୋନୀତ

 ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତ ଓସ୍କାର ପାଇଁ ମନୋନୀତ

ଏସଏସ ରାଜାମୌଲିଙ୍କ ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତ ଓସ୍କାର ପାଇଁ ମନୋନୀତ ହୋଇଛି । ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟାଗୋରୀରେ ମୋଟ୍ ୫ଟି ଗୀତ ମନୋନୀତ ହୋଇଛି । ଏଥିମଧ୍ୟରେ ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟାଗୋରୀରେ ସାମିଲ ହୋଇଛି ୨୦୨୨ର ଏହି ସୁପରହିଟ୍ ଗୀତ । ଏହାପୂର୍ବରୁ ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ଗୋଲଡେନ ଗ୍ଲୋବ ଆୱାର୍ଡ ପାଇଥିଲା ନାଟୁ ନାଟୁ ।
ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ରାମ ଚରଣ, ଜୁନିୟର ଏନଟିଆର ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ଏହି ଦୁଇଜଣଙ୍କ ଛଡା ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଫିଲ୍ମରେ ଅଭିନୟ କରିଥିଲେ । ଫିଲ୍ମକୁ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଦର୍ଶକ ପସନ୍ଦ କରିଥିଲେ । ଫିଲ୍ମର କାହାଣୀ ସହିତ ଏଥିରେ ପ୍ରଦର୍ଶିତ ଭିଏଫଏକ୍ସ ମଧ୍ୟ ଲୋକମାନଙ୍କୁ ପସନ୍ଦ ଆସିଥିଲା । ୨୪ ମାର୍ଚ୍ଚ ୨୦୨୨ ରେ ଆରଆରଆର ରିଲିଜ୍ ହୋଇଥିଲା । ରିଲିଜ ହେବା ପରେ ଏହି ଚଳଚ୍ଚିତ୍ର କେବଳ ଭାରତୀୟ ବକ୍ସ ଅଫିସରେ ନୁହେଁ ବରଂ ସାରା ବିଶ୍ୱରେ ବହୁତ ରୋଜଗାର କରିଥିଲା । ଖବର ଅନୁଯାୟୀ, ଏସ୍.ଏସ୍.ଏସ୍ ରାଜାମୌଲିିଙ୍କ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୨୦୦ କୋଟିରୁ ଅଧିକ ବ୍ୟବସାୟ କରିଛି ।