ଅଜିତ ମଙ୍ଗରାଜ ଅସୁସ୍ଥ

ଅଜିତ ମଙ୍ଗରାଜ ଅସୁସ୍ଥ

 ଅଜିତ ମଙ୍ଗରାଜ ଅସୁସ୍ଥ
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ପିପିଲି-ଡେଲାଙ୍ଗ ଏବେ ଉଠୁଛି ପଡୁଛି । ପିପିଲିରେ ରାଜନୈତିକ ପାଣିପାଗ ସରଗରମ ରହିଛି । ଏହାରି ଭିତରେ ଏକ ଦୁଃଖଦ ଖବର ଆସିଛି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ପ୍ରଚାର ବେଳେ ଅସୁସ୍ଥ ହୋଇପଡିଛନ୍ତି । ବେରବୋଇଠାରେ କଂଗ୍ରେସ ପ୍ରଚାର ଚାଲିଥିବା ବେଳେ ପ୍ରବଳ ଗରମ ଯୋଗୁ ହଠାତ ଅଜିତ ଅସୁସ୍ଥ ହୋଇପଡିଥିଲେ । ମୁଣ୍ଡ ବୁଲାଇବା ସହ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡିଥିଲେ । ଉପସ୍ଥିତ କର୍ମୀମାନେ ତାଙ୍କୁ ତୁରନ୍ତ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ସେଠାରେ ପ୍ରାୟ ୮ ଘଂଟାର ଚିକିତ୍ସା ପରେ ଅଜିତ ଘରକୁ ଫେରିଛନ୍ତି । ପ୍ରଚାରକୁ କିଛି ସମୟ ପାଇଁ ବନ୍ଦ ରଖିଛନ୍ତି । ପିପିସି ସଭାପତି ନିରଂଜନ ପଟ୍ଟନାୟକ ଅଜିତଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କଠାରୁ ପଚାରି ବୁଝିଥିଲେ ।