କୋଭିଡ କଟକଣାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ୨୫ ଯାଏ ପାଠପଢ଼ା ଚାଲିବ
କୋଭିଡ କଟକଣାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ୨୫ ଯାଏ ପାଠପଢ଼ା ଚାଲିବ
admin
Apr 8, 2021 - 06:06
Updated: Apr 8, 2021 - 06:06
ଭୁବନେଶ୍ୱର: କରୋନା ସଂକ୍ରମଣ ଉପରମୁହାଁ ହେଉଥିବାରୁ ରାଜ୍ୟ ସରକାର ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୁରୁବାରଠାରୁ ଏପି୍ରଲ ୩୦ ଯାଏ ସମସ୍ତ ଶିକ୍ଷାନୁଷ୍ଠାନରେ ଉକ୍ତ ଦୁଇ ଶ୍ରେଣୀ ପାଠପଢ଼ା ବନ୍ଦ ରହିବ । ତେବେ ମେ ମାସରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ସେମାନଙ୍କ କ୍ଲାସ ଏପି୍ରଲ ୨୫ ପର୍ଯ୍ୟନ୍ତ ଜାରି ରହିବ । ଏହି ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ନିଦେ୍ର୍ଧଶକମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଶ୍ରୀ ସାହୁ କହିଛନ୍ତି ଯେ କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଠପଢ଼ା ତୁରନ୍ତ ବନ୍ଦ କରାଗଲା । ହଷ୍ଟେଲ ଓ ରେଡିଡେନ୍ସିଆଲ ସ୍କୁଲ ଗୁଡ଼ିକରେ ରହୁଥିବା ଉକ୍ତ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀ ତୁରନ୍ତ ଘରକୁ ଫେରି ଯାଆନ୍ତୁ । ସ୍କୁଲ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବା ସହ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବେ । ଆବଶ୍ୟକ ସ୍ଥଳେ ବିଦ୍ୟାଳୟ ଗୁଡ଼ିକ ଅନଲାଇନରେ ଛାତ୍ରଛାତ୍ରୀଙ୍କ କ୍ଲାସ ନେବାକୁ କୁହାଯାଇଛି । ଦଶମ ଓ ଦ୍ୱାଦଶ (ଯୁକ୍ତ ୨ ଦ୍ୱିତୀୟ ବର୍ଷ) ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୂର୍ବଭଳି ଚାଲିବ । ତେଣୁ ସ୍କୁଲ ଗୁଡିକରେ କୋଭିଡ କଟକଣା ପାଳନ ଯଥା ବିଦ୍ୟାଳୟରେ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ସହ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା, ହାତର ସ୍ୱଚ୍ଛତା ସୁନିଶ୍ଚିତ କରିବା ଦିଗରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ ହୋଇଛି ।