୨୮ରେ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା

୨୮ରେ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା

 ୨୮ରେ ଜେଇଇ ଆଡଭାନ୍ସଡ୍‌  ପରୀକ୍ଷା

ଭୁବନେଶ୍ୱର : ଦେଶର ବିଭିନ୍ନ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି)ରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌ ଅଗଷ୍ଟ ୨୮ ତାରିଖରେ ହେବ । ଏଥିପାଇଁ ଶୁକ୍ରବାର ଆବେଦନ ପ୍ରକ୍ରିୟା ସରିଛି । ଶନିବାର ରାତି ୮ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ଫି’ ଦାଖଲ କରିବେ ।

ତେବେ ସେପ୍ଟେମ୍ୱର ୩ରେ ପ୍ରବେଶିକା ଉତ୍ତର ସାରଣୀ ପ୍ରକାଶ ପାଇବାକୁ ଥିବା ବେଳେ ୧୧ ତାରିଖରେ ଜେଇଇ ଆଡଭାନ୍ସଡ୍‌ ରେଜଲ୍ଟ ପ୍ରକାଶ ପାଇବ । ପ୍ରବେଶିକା ପରୀକ୍ଷା ୨୮ ତାରିଖ ଦିନ ଦୁଇଟି ସିଟିଂରେ ହେବ । ପ୍ରଥମ ସିଟିଂ ସକାଳ ୯ରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟା ୩୦ରୁ ୫ଟା ୩୦ ଯାଏ ହେବ । ଚଳିତ ବର୍ଷ ପ୍ରାୟ ୧ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପ୍ରବେଶିକା ପରୀକ୍ଷା ଦେବେ ।