ସ୍ୱାଦ ବାରିପାରେ ଗର୍ଭସ୍ଥ ଶିଶୁ

ସ୍ୱାଦ ବାରିପାରେ ଗର୍ଭସ୍ଥ ଶିଶୁ

 ସ୍ୱାଦ ବାରିପାରେ ଗର୍ଭସ୍ଥ ଶିଶୁ


ଏକ ଗବେଷଣାରୁ ପ୍ରମାଣିତ ହୋଇଛି ଯେ, ମା’ ଗର୍ଭରେ ବଢ଼ୁଥିବା ଶିଶୁଟିଏ ବାରିପାରେ ସ୍ୱାଦ । ମା’ ଯେଉଁଭଳି ସ୍ୱାଦର ଖାଦ୍ୟ ଖାଆନ୍ତି ଶିଶୁର ଚେହେରାରେ ତାର ପ୍ରତିକ୍ରିୟା ଦେଖିବାକୁ ମିଳେ । ମିଠାସ୍ୱାଦର ଖାଦ୍ୟ ଖାଇବା ଦ୍ୱାରା ଗର୍ଭସ୍ତ ଶିଶୁ ହସିଥାଏ, ଏବଂ ପିତା କିମ୍ବା ଅନ୍ୟ କୌଣସି ଅସ୍ୱାଦ ଖାଇବା ଦ୍ୱାରା ଶିଶୁର ମୁହଁରେ କାନ୍ଦିବା ଭଳି ବା ବିରକ୍ତ ଭାବ ପ୍ରକାଶ ପାଇଥାଏ । ଏହି ଗବେଷଣାରେ ୩୨ରୁ ୩୫ ସପ୍ତାହ ପର୍ଯ୍ୟନ୍ତ ୧୦୦ଜଣ ଗର୍ଭବତୀଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା ।

ଗବେଷକ ମାନେ ୩୫ ଜଣ ଗର୍ଭବତୀଙ୍କୁ ୧୦୦ ଗ୍ରାମ କୋବି ସହ ସମାନ ଏକ କୋବି ପାଉଡ଼ରର କ୍ୟାପସୁଲ ଦେଇଥିଲେ । ମାତ୍ର ୩୫ ଜଣ ଗର୍ଭବତୀଙ୍କୁ ଗାଜରର କ୍ୟାପସୁଲ ଦିଆଗଲା । ଶେଷରେ ବାକି ୩୦ଜଣ ଗଭବତୀଙ୍କୁ କିଛି ଦିଆଗଲା ନାହିଁ । କ୍ୟାପସୁଲ ଖାଇବାର ୨୦ ମିନିଟ ପରେ ଅଲଟ୍ରାସାଉଣ୍ଡ ଦ୍ୱାରା ଜଣାପଡ଼ିଥିଲା ଯେ, ଗାଜର କ୍ୟାପସୁଲ ଖାଇଥିବା ଗର୍ଭବତୀ ମାନଙ୍କର ଗର୍ଭସ୍ତ ଶିଶୁର ଚେହେରାରେ ହସିବା ଭଳି ପ୍ରତିକ୍ରିୟା ଆସିଥାଏ । କିନ୍ତୁ କୋବି ଖାଇଥିବା ଗର୍ଭସ୍ତ ଶିଶୁ କାନ୍ଦିବା ବା ବିରକ୍ତି ହେବା ପରି ଜଣାପଡ଼ୁଥିଲା । ଯେଉଁମାନେ ଏହି ଦୁଇ କ୍ୟାପସୁଲ ଖାଇ ନଥିଲେ, ସେମାନଙ୍କ ଠାରେ ଗର୍ଭସ୍ତ ଶିଶୁର କୌଣସି ବିଶେଷ ଲକ୍ଷଣ ପ୍ରକାଶ ପାଇନଥିଲା । ତେବେ ଏହି ଗବେଷଣାରୁ ଜଣାପଡ଼ିଲା ଯେ, ମା’ର ଖାଦ୍ୟ ଉପରେ ଶିଶୁର ପ୍ରତିକ୍ରିୟା ନିର୍ଭର କରିଥାଏ । ଏହା ହେଉଛି ବିଶ୍ୱରେ ପ୍ରଥମ ଗବେଷଣା, ଯାହାକି ଗର୍ଭସ୍ଥ ଶିଶୁର ସ୍ୱାଦ ବାରିବାରେ ପ୍ରତିକ୍ରିୟାକୁ ନେଇ କରାଯାଇଥିଲା ।