ଏହି ଆସନ କରନ୍ତୁ, ଶାନ୍ତି ମିଳିବ

ଏହି ଆସନ କରନ୍ତୁ, ଶାନ୍ତି ମିଳିବ

ଏହି ଆସନ କରନ୍ତୁ, ଶାନ୍ତି ମିଳିବ

ଭୁବନେଶ୍ୱର: ତ୍ରିବିକ୍ରମାସନ ମୁଖ୍ୟତଃ ଦୁଇ ପ୍ରକାରର । ଉତଥିତ ତ୍ରିବିକ୍ରମାସନ ଏବଂ ସୁପ୍ତ ତି୍ରବିକ୍ରମାସନ । ଆସନ ଆରମ୍ଭ କରିବା ପୂର୍ବରୁ ଯୋଗଗୁରୁଙ୍କ ପରାମର୍ଶ ନେଇ ପାରିବେ । ଏହି ଆସନ କରିବା ପାଇଁ ପ୍ରାତଃ ସମୟ ସବୁଠାରୁ ଭଲ । ପାଦ କିମ୍ବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ, ଏହି ଆସନ ଅଭ୍ୟାସ କରନ୍ତୁନି । 

କାହିଁକି କରିବେ:
- ମାନସିକ ସ୍ତରରେ ଶାନ୍ତି ମିଳେ ।
- ଶରୀରର ଅଙ୍ଗପ୍ରତ୍ୟେଙ୍ଗ ସମ୍ପ୍ରସାରଣ ହୋଇଥାଏ ।
- ପେଟର ମାଂସପେଶୀ ମଜଭୁତ ହୁଏ ।
- ପାଚନତନ୍ତ୍ରକୁ ମଜବୁତ କରେ ।
- ଯେଉଁ ମହିଳାମାନଙ୍କର ମାସିକ ଧର୍ମରେ ସମସ୍ୟା ଦେଖାଯାଉଛି, ସେମାନଙ୍କ ପାଇଁ ତ୍ରିବିକ୍ରମାସନ ବେଶ୍ ଭଲ ହୋଇଥାଏ ।