ରାଜ୍ୟର ୫ଟି ଜିଲ୍ଲାରେ ସର୍ବାଧିକ ଡିଏମଏଫ ଅର୍ଥ ଖର୍ଚ୍ଚ : ପଦ୍ମନାଭ

ରାଜ୍ୟର ୫ଟି ଜିଲ୍ଲାରେ ସର୍ବାଧିକ ଡିଏମଏଫ ଅର୍ଥ ଖର୍ଚ୍ଚ : ପଦ୍ମନାଭ

 ରାଜ୍ୟର ୫ଟି ଜିଲ୍ଲାରେ ସର୍ବାଧିକ ଡିଏମଏଫ ଅର୍ଥ ଖର୍ଚ୍ଚ : ପଦ୍ମନାଭ
ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ସର୍ବାଧିକ ଡିଏମଏଫ ଅର୍ଥ ଖର୍ଚ୍ଚ ହୋଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁୁଗୁଡ଼ା । ଡିଏମଏଫ ଅର୍ଥ ଖର୍ଚ୍ଚ ନେଇ ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ କେନ୍ଦୁଝରରେ ୩୬୯୭ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୧୯୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଯାଜପୁରରେ ୧୬୧୬କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୧୦୯୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସୁନ୍ଦରଗଡ଼ରେ ୪୫୭୨କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୧୧୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅନୁଗୁଳରେ ୧୬୪୧ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୯୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଝାରସୁଗୁଡ଼ାରେ ୧୪୭୦ କୋଟି ଆଦାୟ ହୋଇଥିବାବେଳେ ୮୨୩କୋଟି ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।