ରାଜ୍ୟରେ ସ୍କୁଲ ବନ୍ଦ ରହିଛି

ରାଜ୍ୟରେ ସ୍କୁଲ ବନ୍ଦ ରହିଛି

 ରାଜ୍ୟରେ ସ୍କୁଲ ବନ୍ଦ ରହିଛି
ଭୁବନେଶ୍ୱର: ଆଜି ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ତୈଳ ଦର ବୃଦ୍ଧି, ଆଇନଶୃଙ୍ଖଳା ଓ କୋଟିଆ ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ସବୁ ସ୍କୁଲକୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି । ଅନ୍ୟପକ୍ଷରେ ସରସ୍ୱତୀ ପୂଜାରେ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । କରୋନା ପାଇଁ ସ୍କୁଲ୍‌ରେ ପାଳନ ହେବନି ସରସ୍ବତୀ ପୂଜା। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରସ୍ବତୀ ପୂଜାରେ ସ୍କୁଲ ବନ୍ଦ ରହିବ ବୋଲି ମଧ୍ୟଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି ।