ଭାରତୀୟ କଫ ସିରପ ଯୋଗୁ ୬୬ପିଲାଙ୍କ ମୃତ୍ୟୁ, ହୁ’ ପକ୍ଷରୁ ଆଲର୍ଟ ଜାରି
ଭାରତୀୟ କଫ ସିରପ ଯୋଗୁ ୬୬ପିଲାଙ୍କ ମୃତ୍ୟୁ, ହୁ’ ପକ୍ଷରୁ ଆଲର୍ଟ ଜାରି
ନୂଆଦିଲ୍ଲୀ: ସନ୍ଦେହ ଘେରରେ ଭାରତରେ ପ୍ରସ୍ତୁତ ହୋଇଥିବା କଫ ଓ କୋଲ୍ଡ ସିରପ। ଭାରତୀୟ କପ ସିରପ ଯୋଗୁ ଗାମ୍ବିଆରେ ୬୬ ଜଣ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏଥିପାଇଁ ଭାରତୀୟ କମ୍ପାନୀ ମୈଡେନ ଫାର୍ମାସିଟ୍ୟୁକାଲ୍ସ ପ୍ରସ୍ତୁତ କରିଥିବା ୪ଟି କଫ ଓ କୋଲ୍ଡ ସିରପର ଯାଞ୍ଚ ଆରମ୍ଭ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ’। ଭାରତରେ ତିଆରି ହୋଇଥିବା କଫ ସିରପ ଯୋଗୁ ଛୋଟ ପିଲାଙ୍କର କିଡ୍ନୀ ସମସ୍ୟା ଦେଖାଯାଇଥିଲା ଓ ଏଥିଯୋଗୁ ଗାମ୍ବିଆରେ ୬୬ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ଏହି ଅଭିଯୋଗ ପରେ ହୁ’ ମୈଡେନ ଫାର୍ମାସିଟ୍ୟୁକାଲ୍ସର ସିରପ ଗୁଡ଼ିକ ପ୍ରତି ସତର୍କ ରହିବାକୁ କହିଛି।ହୁ’ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାମ୍ବିଆରେ ଠାବ ହୋଇଥିବା ୪ଟି ଦୂଷିତ ବା ବିବାଦୀୟ ମେଡିକାଲ ପ୍ରଡକ୍ଟ ପାଇଁ ଆଲର୍ଟ ଜାରି କରିଛି। ଏହି ୪ ମେଡିକାଲ ପ୍ରଡକ୍ଟର ଲିଙ୍କ ଭୟଙ୍କର କିଡ୍ନୀ ସମସ୍ୟା ଓ ୬୬ ଛୋଟ ପିଲାଙ୍କ ମୃତ୍ୟୁ ସହ ରହିଥିବା ଦୃଢ଼ ଆଶଙ୍କା ରହିଛି। ୪ କପ ସିରପର ନମୁନା ଲ୍ୟାବରେ ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାରାତ୍ମକ କପ ସିରପ କେବଳ ଗାମ୍ବିଆରେ ଠାବ ହୋଇଛି। କିନ୍ତୁ ଏହା ବିଶ୍ୱର ଅନ୍ୟ ପ୍ରାନ୍ତକୁ ମଧ୍ୟ କମ୍ପାନୀ ତରଫରୁ ଯୋଗାଣ ହୋଇଥିବା ଆଶଙ୍କା କରାଯାଉଛି।
ତେଣୁ ସମସ୍ତେ ଏଥିପ୍ରତି ସତର୍କ ରହିବା ଦରକାର। ସେହିପରି ବିବାଦୀୟ କପ ସିରପକୁ ଠାବ କରି ବିଶ୍ୱର ବିଭିନ୍ନ ରାଷ୍ଟ୍ର ତୁରନ୍ତ ଏହା ଉପରେ ବ୍ୟାନ ଲଗାନ୍ତୁ। ଏହାଦ୍ୱାରା ଅଧିକ ଅଘଟଣ ଘଟିବ ନାହିଁ ବୋଲି ହୁ’ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।




admin 