ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ କାମ କରିବା ସୁଯୋଗ ପାଇବା ସତରେ ଭାଗ୍ୟର କଥା : ମୌନି ରୟ

ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ କାମ କରିବା ସୁଯୋଗ ପାଇବା ସତରେ ଭାଗ୍ୟର କଥା : ମୌନି ରୟ

 ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ କାମ କରିବା ସୁଯୋଗ ପାଇବା ସତରେ ଭାଗ୍ୟର କଥା : ମୌନି ରୟ

ବ୍ରହ୍ମାସ୍ତ୍ରରେ ମୌନି ରୟଙ୍କ ଦମଦାର ଅଭିନୟକୁ ନେଇ ପ୍ରଶଂସକ ମହଲରେ ରୀତିମତ ଆଲୋଚନା ଚାଲିଛି । ନିଦେ୍ର୍ଧଶକ ଅୟାନ ମୁଖାର୍ଜୀ ଯେତେବେଳେ ଏହି ନକାରାତ୍ମକ ଚରିତ୍ର ପାଇଁ ମୌନିଙ୍କୁ ପ୍ରସ୍ତାବ ଦେଲେ, ସେ ସଙ୍ଗେସଙ୍ଗେ ହଁ କଲେ । ମୌନି କାହାଣୀ ଶୁଣିନଥିଲେ କିନ୍ତୁ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ । କାରଣ ଥିଲା ବଡ଼ ପ୍ରୋଜେକ୍ଟ ଓ ବଲିଉଡ଼ର ସବୁ ଆଗଧାଡ଼ି କଳାକାର ଏଥିରେ କାମ କରିବେ । ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ କାମ କରିବା ସୁଯୋଗ ପାଇବା ସତରେ ଭାଗ୍ୟର କଥା ବୋଲି ମୌନି କହିଛନ୍ତି । ଏଥିରେ ସେ ଅମିତାଭ, ନାଗାର୍ଜୁନ, ରଣବୀର, ଆଲିୟାଙ୍କ ପରି ତାରକାଙ୍କ ସହ କାମ କଲେ ।

ଚଳଚିତ୍ର ମୁକ୍ତିଲାଭ ପରେ ପ୍ରଶଂସକ, ସମୀକ୍ଷକ ମହଲ ମୌନିଙ୍କ ନକରାତ୍ମକ ଚରିତ୍ରକୁ ମଧ୍ୟ ପସନ୍ଦ କରିଛନ୍ତି । ଜଣେ ସମୀକ୍ଷକ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ବ୍ରହ୍ମାସ୍ତ୍ରରେ କାମ କରି ମୌନି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଲିୟାଙ୍କୁ ପଛରେ ପକାଇଦେଇଛନ୍ତି । ଏକଥା ମୌନିଙ୍କ କାନରେ ପଡ଼ିବା ପରଠାରୁ ସେ ଅଭିମାନ କରୁଛନ୍ତି । ଏମିତି କହିବା ଠିକ ନୁହେଁ ବୋଲି ଗଣମାଧ୍ୟମକୁ କହିଛନ୍ତି । ତେବେ ମୌନି ସତରେ କି ମିଛରେ ଅଭିମାନ କରୁଛନ୍ତି, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି ।