ନିରଞ୍ଜନ ପଟ୍ଟନାୟକଙ୍କ ସମ୍ପତି ତାଲିକା
ନିରଞ୍ଜନ ପଟ୍ଟନାୟକଙ୍କ ସମ୍ପତି ତାଲିକା
admin
Apr 3, 2019 - 11:01
Updated: Apr 3, 2019 - 11:01
ଭୁବନେଶ୍ୱର: ୪୦ କୋଟି ସ୍ଥାବର ଓ ଅବସ୍ଥାର ସମ୍ପତିର ମାଲିକ । ହେଲେ ନିଜର ଗାଡି ଖଣ୍ଡେ ନାହିଁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଏକ ସତ୍ୟପାଠରେ ଏଭଳି ସୂଚନା ଦେଇଛନ୍ତି ।
ଘସିପୁର ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ନିରଞ୍ଜନ ଦର୍ଶାଇଛନ୍ତି,୨୦୧୭-୧୮ରେ ସେ ୧୩,୦୮,୫୨୯ ଟଙ୍କା ରୋଜଗାର କରିଥିଲେ । ସେଥିମଧ୍ୟରୁ ୬୫,୦୦୦ ଟଙ୍କାର ଆୟ ଆଦୟକରମୁକ୍ତ ରହିଥିବା ବେଳେ ୧୨,୪୩,୫୨୯ ଟଙ୍କା ଆୟରେ କର ବସିଛି । ୨୦୧୫-୧୦୧୬ରେ ନିରଞ୍ଜନ ରୋଜଗାର କରିଥିବା ୪୨,୦୬,୧୯୦ ଟଙ୍କା ତୁଳନାରେ ଏହା ପ୍ରାୟ ୭୦% କମ୍ ।
ସତ୍ୟପାଠ ମୁତାବକ, ଏବେ ନିରଞ୍ଜନ ମୋଟ୍ ସମ୍ପତି ମୂଲ୍ୟ ୪୦ କୋଟି ୨୩ ଲକ୍ଷ ଟଙ୍କାରୁ ଅଧିକ । ଏଥିରେ ୮ କୋଟି ୨୮ ଲକ୍ଷ ଟଙ୍କାର ଅବସ୍ଥାର ସମ୍ପତି ରହିଥିବା ବେଳେ ୩୧ କୋଟି ୯୫ ଲକ୍ଷ ଟଙ୍କାର ସ୍ଥାବର ସମ୍ପତି ରହିଛି ।
ପିସିସି ସଭାପତିଙ୍କ ପାଖରେ ୫,୨୬,୦୦୦ ଟଙ୍କାର ନଗଦ ରହିଛି । ତାଙ୍କର ବିଭିନ୍ନ ବ୍ୟାଙ୍କ ଖାତାରେ ୧ କୋଟି ୩୪ ଲକ୍ଷ ୫ ହଜାର ଟଙ୍କା ଜମା ରହିଛି । ସେହିଭଳି ସେ ବଣ୍ଡ ,ସେୟାର ଓ ମ୍ୟୁଚୁଆଲ ଫଣ୍ଡ ଆଦିରେ ସାଢେ ୫ କୋଟି ଟଙ୍କା ନିବେଶ କରିଛନ୍ତି । ଏପରିକି ଜୀବନ ବୀମା ପାଇଁ ୧,୩୩,୧୫,୦୦୦ ଟଙ୍କା ପ୍ରିମିୟମ ଦେଇଛନ୍ତି । ସେହିଭଳି ନିରଞ୍ଜନ ୬,୨୨,୦୦୦ ଟଙ୍କା ମୂଲ୍ୟର ସୁନା, ଗହଣା ରଖିଛନ୍ତି । କିନ୍ତୁ ନିରଞ୍ଜନଙ୍କ ପାଖରେ ଗାଡି ଖଣ୍ଡେ ନାହିଁ ।
କେନ୍ଦୁଝରରେ ନିରଞ୍ଜନଙ୍କ ନାମରେ ୩.୪୬ ଏକରର ଜମି ଚାଷଜମି ରଖିଛି, ଯାହାର ବଜାର ମୂଲ୍ୟ ପ୍ରାୟ ୪,୭୫,୭୫,୦୦ ଯଙ୍କା ହେବ । ସେହିଭଳି ଭୁବନେଶ୍ୱର, ରାଉରକେଲା, କନ୍ଦୁଝର,ଯୋଡା,ବଡବିଲଠାରେ ତାଙ୍କର ୩୧ କୋଟି ୯୫ ଟଙ୍କାର ଆବାସିକ କୋଠା ରହିଥିବା ସତ୍ୟପାଠରେ କୁହାଯାଇଛି । ଅପରପକ୍ଷେ ନିରଞ୍ଜନଙ୍କ ପତ୍ନୀ ପ୍ରଭାତ ନଳିନୀ ପଟ୍ଟନାୟକଙ୍କ ନାମରେ ୧୦ କୋଟିରୁ ଅଧିକ ଟଙ୍କାର ଅସ୍ଥାବର ସମ୍ପତି ରହିଥିବା ବେଳେ ୫ କୋଟିରୁ ଅଧିକ ମୂଲ୍ୟର ସ୍ଥାବର ସମ୍ପତି ରହିଛି ।